କୁଚିଣ୍ଡାରେ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି । ଜୁନ ମାସରେ ବିଜେପି ସରକାରକୁ ଆସିଲେ ୩୧ ଶହ ଟଙ୍କାରେ ଧାନ ବିକ୍ରି କରିବାକୁ ଦେଲେ ପରାମର୍ଶ ।

84

କନକବ୍ୟୁରୋ:ଏବେ ବିକ୍ରି କରନାହିଁ ଡାଳୁଅ ଧାନ । ଜୁନ ମାସ ପର୍ଯ୍ୟନ୍ତ ଡାଳୁଅ ଧାନ ବିକ୍ରି ନକରିବା ପାଇଁ ପ୍ରଚାର ବେଳେ ଚାଷୀଙ୍କୁ ଅନୁରୋଧ କରିିଛନ୍ତି ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ବିଜେପି ସରକାର ଆସିଲେ ୩୧ ଶହ ଟଙ୍କାରେ ଧାନ ବିକ୍ରି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଧର୍ମେନ୍ଦ୍ର । କୁଚିଣ୍ଡାର ଗୁଲଜିପାଲି ଠାରେ ବିଜୟ ସଂକଳ୍ପ ସମାବେଶରେ ଭାଷଣ ଦେବା ବେଳେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ।