ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ : ୫ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

609

କନକ ବ୍ୟୁରୋ : ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକ ସନ୍ଧ୍ୟା ସାଢ଼େ ୫ଟାରେ ବସିବାର କାର୍ଯ୍ୟକ୍ରମ ରହିଛି । କ୍ୟାଟିନେଟ୍ ବୈଠକରେ ୫ଟି ଗୁୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର । ସାଧାରଣ ପ୍ରଶାସନ ବିଭାଗର କ୍ୟାଡର ରୁଲ ସଂଶୋଧନ, ପୂର୍ତ ବିଭାଗର ୨ଟି ପ୍ରସ୍ତାବ, ପାନୀୟ ଜଳର କିଛି ଟେଣ୍ଡରକୁ ଅନୁମୋଦନ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିବାର ସମ୍ଭାବନା ରହିଛି ।