ମୋଦୀ ସରକାରକୁ କଂଗ୍ରେସର ଟାର୍ଗେଟ: କହିଲେ, ୧୦ ବର୍ଷ ହେବ ମୋଦୀ ସମସ୍ତଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି

87

କନକ ବ୍ୟୁରୋ: ଓଡିଶାରେ କଂଗ୍ରେସ ନେତା ପବନ ଖେଡାଙ୍କ ପ୍ରେସମିଟ୍ । ସାମ୍ବାଦିକ ସମ୍ମିଳନୀ କରି ମୋଦୀ ସରକାରଙ୍କୁ କରିଛନ୍ତି ଟାର୍ଗେଟ । ସେ କହିଛନ୍ତି, ୧୦ ବର୍ଷ ହେବ ମୋଦୀ ସମସ୍ତଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି । ଲୋକଙ୍କୁ ପରସ୍ପର ମଧ୍ୟରେ ଲଢେଇ କରାଉଛନ୍ତି । ସମସ୍ତେ ପ୍ରଶ୍ନ କରୁଛନ୍ତି ହେଲେ ପ୍ରଧାନମନ୍ତ୍ରୀ ଉତ୍ତର ରଖୁ ନାହାନ୍ତି । ମୋଦୀ କୁହନ୍ତି ୪୫ ବର୍ଷ କାହିଁକି ବେରୋଜଗାରୀର ରେକର୍ଡ ଭାଙ୍ଗିଲେ । ମୋଦୀ କୁହନ୍ତୁ ଆଦିବାସୀଙ୍କ ଜଳ, ଭୂମି, ଜଙ୍ଗଲ କାହିଁକି ଛଡାଇ ନେଇଗଲ । ଦଳିତଙ୍କ ଉପରେ କାହିଁକି ଅତ୍ୟାଚାର ବଢିଲା, ଏକ ଘଣ୍ଟାରେ ୪ ମହିଳାଙ୍କ ଦୁଷ୍କର୍ମ କାହିଁକି ହେଉଛି । ଏ ସବୁର ଜବାବ ଦେବାକୁ ପଡେ । ହେଲେ ସେ ଦେଉ ନାହାନ୍ତି । ନିର୍ବାଚନ ଏମିତି ସମୟ ଆପଣ ତାଙ୍କୁ ପ୍ରଶ୍ନ କରିପାରିବେ । ଉତ୍ତର ନମିଳିଲେ ଆପଣ ଶାସ୍ତି ଦେଇପାରିବେ ।

ସେ ଆହୁରି କହିଛନ୍ତି, ନରେନ୍ଦ୍ର ମୋଦୀ କେବେ କହିବେନି ୧୦ ବର୍ଷରେ ସେ କଣ କରିଛନ୍ତି । ସେ କହିବେ ନେହେରୁ ଜୀ ଭୁଲ କରିଛନ୍ତି ମୋତେ ଭୋଟ ଦିଅ । ନେହେରୁ ଜୀ ଯିବାର ୪/୫ ଦଶକ ହୋଇଗଲାଣି । ଓଡିଶାର ଜନତା ଜାଣିଛନ୍ତି କଂଗ୍ରେସ ଏଠାରେ ୨୫ ବର୍ଷ ଧରି ଥିବା ବେଳେ କଣ କାମ କରିଛି । ଓଡିଶା ଲୋର ପରିବର୍ତ୍ତନ ଚାହୁଁଛନ୍ତି । ଓଡିଶାବାସୀ ମନବଳାଇସାରିଲେଣି କଂଗ୍ରେସକୁ ଏଥର ସୁଯୋଗ ଦେବା ଦରକାର ।