ଗୋଟିଏ ସ୍ଥାନରେ ଲାଗିଛି ୩ଟି ସୂଚନା ଫଳକ । ଲୋକଙ୍କୁ ବିଭ୍ରାନ୍ତ କରୁଛି ସୁନ୍ଦରଗଡ ଲେଫ୍ରିପଡା ପୋଡମୁଣ୍ଡି ଛକରେ ଲାଗିଥିବା ସାଇନ୍ ବୋର୍ଡ ।

118

କନକବ୍ୟୁରୋ: ଓଡିଆରେ ଲେଖା ଯାଇଥିବା ସୂଚନା ଅନୁସାରେ ଯିବେ ନା ଇଂରାଜୀରେ ଲେଖ।।ଯାଇଥିବା ସୂଚନା ଆଧାରରେ ଯିବେ ? ଓଡିଆ, ଇଂରାଜୀରେ ମିଶିକି ଗଲେ ରାସ୍ତା ଆହୁରି କମ୍ ପଡିବ । ଆପଣ ମଧ୍ୟ ଚିନ୍ତା କରୁଥିବେ ଆମେ ଏହିଭଳି ଭ୍ରମାତ୍ମକ କଥା କହୁଛୁ କାହିଁକି ? ହେଲେ ଆଜ୍ଞା ଆମେ ବୁଲାବଙ୍କା କଥା କହୁନାହୁଁ , ଏକଥା ନିଜେ ପ୍ରଶାସନ କହୁଛି । ଘଟଣା କିଛି ଏହିଭଳି ହୋଇଛି । ରାସ୍ତା ଲାଗିଥିବା ଦୁଇଟି ଫଳକେ ଭିନ୍ନଭିନ୍ନ ଦୂରତା ଲେଖା ରହିଛି ।

ସୁନ୍ଦରଗଡରୁ ସର୍ଗିପାଲି ହୋଇ ଆପଣ ଯଦି ପୋଡଶୀ ଜିଲ୍ଲା ଝାରସୁଗୁଡାକୁ ଯିବା ପାଇଁ ଚାହୁଁଛନ୍ତି ତାହା ହେଲେ ଆପଣଙ୍କୁ ପୋଡମୁଣ୍ଡି ଛକରୁ ବାମପଟୁ କଟି କି ଯିବା ପାଇଁ ପଡିବ । ଆଉ ଏଠି ଲୋକଙ୍କୁ ମାଇଲ ଖୁଣ୍ଟଜରିଆରେ କିଲୋମିଟର ଜଣାଇବା ପାଇଁ ପୂର୍ତ ବିଭାଗ ତରଫରୁ ବଡ ବଡ ବୋର୍ଡ ମଧ୍ୟ ଲାଗିଛି । ଲୋକଙ୍କ ପାଇଁ ତିନୋଟି ବୋର୍ଡ ଲଗାଇଛି । ଓଡିଆ, ଇଂରାଜୀ ଏବଂ ଏକ ବଡ ମାଇଲଖୁଂଟରେ ଉଭୟ ଓଡିଆ ଓ ଇଂରାଜୀରେ ରାସ୍ତାର ଦୂରତା ସଂପର୍କରେ ଉଲ୍ଲେଖ ରହିଛି । ତିନୋଟି ବୋର୍ଡରେ ଗୋଟିଏ ସ୍ଥାନର ଦୂରତା ଭିନ୍ନ ଭିନ୍ନ କିଲୋମିଟର ଲେଖା ହୋଇଛି ।