ପାକିସ୍ତାନ ବିରୋଧରେ ଭାରତର ବିଶାଳ ବିଜୟ ପରେ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ଅର୍ନ୍ତରାଷ୍ଟ୍ରୀୟ ଅଲମ୍ପିକ୍ସ ସମିତିରେ କଣ କହିଲେ ପ୍ରଧାନମନ୍ତ୍ରୀ

255

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇ ଠାରେ ୧୪୧ ତମ ଅର୍ନ୍ତରାଷ୍ଟ୍ରୀୟ ଅଲମ୍ପିକ୍ସ ସମିତିର ଉଦଘାଟନ କରିଛନ୍ତି । ଏହି କ୍ରମରେ ସେ ବିଶ୍ୱକପରେ ପାକିସ୍ତାନକୁ ଭାରତ ପରାଜୟ କରିବା ପରେ ପ୍ରଧାନମନ୍ତ୍ରୀ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି, ଭାରତୀୟ ଟିମ ଓ ଭାରତବାସୀଙ୍କୁ ଏହି ବିଜୟ ପାଇଁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି । ଭାରତ ବହୁତ ସୁନ୍ଦର ବିଜୟ ହାସଲ କରିଛି । କ୍ରୀଡା ହେଉଛି ଭାରତୀୟ ସଂସ୍କୃତିର ଏକ ଭାଗ । ଏହାସହ ଭାରତରେ ପ୍ରତିଟି ଗ୍ରାମରେ ପାଳନ ହେଉଥିବା ପର୍ବରେ କ୍ରୀଡା ସାମିଲ ଥାଏ ବୋଲି ସେ କହିଛନ୍ତି । ଆମେ ଭାରତୀୟ ମାନେ କେବଳ କ୍ରୀଡାପ୍ରେମୀ ନୁହଁନ୍ତି ବରଂ କ୍ରୀଡାକୁ ନେଇ ଜୀବନ ଜିଇଁ ଥାନ୍ତି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି କି, ‘ଭାରତ ନିଜ ଦେଶରେ ଅଲମ୍ପିକ୍ସ ଆୟୋଜନ କରିବାକୁ ବେଶ୍ ଉତ୍ସାହିତ ରହିଛି । ୨୦୩୬ ରେ ଭାରତ ସଫଳତାର ସହ ଅଲମ୍ପିକ୍ସ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି   । ଏହା ଦେଶର ୧୪୦ କୋଟି ଲୋକଙ୍କର ବର୍ଷ ବର୍ଷର ସ୍ୱପ୍ନ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସମ୍ବୋଧନରେ କହିଛନ୍ତି କି, କ୍ରିକେଟକୁ ଅଲମ୍ପିକ୍ସରେ ସାମିଲ କରାଯିବାକୁ ଆଇଓସିର ଏକଜିକ୍ୟୁଟିଭ ବୋର୍ଡ ସୁପାରିଶ କରିଛି । ଆମେ ଆଶା କରୁଛି କି ଖୁବଶୀଘ୍ର ଏହାକୁ ନେଇ କିଛି ଭଲ ଖବର ମିଳିବ ।