ଟାଟା କନ୍ସଲଟାନ୍ସି ସର୍ଭିସେସରେ ଟିପିଏନ୍ଓଡିଏଲ ଧନ୍ଦାମୂଳକ ତାଲିମ କେନ୍ଦ୍ର-ଏମ୍ପ୍ଲୟାବିଲିଟି ପାଠ୍ୟକ୍ରମର ୧୨ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି

158

କନକ ବ୍ୟୁରୋ : ଟାଟା ଗ୍ରୁପ୍ର ଦର୍ଶନ ଏବଂ ସାମାଜିକ ନବସୃଜନ ଅନୁସାରେ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ଜରିଆରେ ଲାଇସେନ୍ସପ୍ରାପ୍ତ ଅଂଚଳ ଆଖପାଖ ଗୋଷ୍ଠୀ ସମୁଦାୟର ସାମାଜିକ କଲ୍ୟାଣ ପାଇଁ ଟିପିଏନ୍ଓଡିଏଲ୍ ପ୍ରତିବଦ୍ଧ ରହିଛି ।
ଟିସିଏସ୍ ସହିତ ମିଶି ଟିପିଏନ୍ଓଡିଏଲ୍ ଏମ୍ପ୍ଲୟାବିଲିଟି ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ରାଇରଙ୍ଗପୁର ଓ ଯାଜପୁରର ୧୨ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିଛି । ରାଇରଙ୍ଗପୁରର ଗୋରୁମହିଷାଣୀ କଲେଜ ଓ ଯାଜପୁର ଭିଟିସିରେ ଟିପିଏନ୍ଓଡିଏଲ୍ ପକ୍ଷରୁ ଆୟୋଜିତ ‘ନିଯୁକ୍ତି ତାଲିମ’କୁ ସଫଳତାର ସହ ଶେଷ କରିଥିବା ପ୍ରଶିକ୍ଷାର୍ଥୀମାନେ ୨୦୨୩ ଅକ୍ଟୋବର ୫ରେ ଗୋରୁମହିଷାଣୀ କଲେଜରେ ଆୟୋଜିତ ନିଯୁକ୍ତି ଅଭିଯାନରେ ଅଂଶଗ୍ରହଣ କରିଥିଲେ । ଲିଖିତ ପରୀକ୍ଷାରେ ମୋଟ ୪୯ ପ୍ରାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ୨୭ ଜଣ ସେଥିରେ ଉତୀର୍ଣ୍ଣ ହୋଇଥିଲେ । ଲିଖିତ ପରୀକ୍ଷା ପରେ ଟିଆର୍ ପର୍ଯ୍ୟାୟ, ଏଚ୍ଆର୍ ପର୍ଯ୍ୟାୟ ଓ ଏମ୍ଆର୍ ପର୍ଯ୍ୟାୟ ହୋଇଥିଲା । ଟିସିଏସ୍ର ଏଚ୍ଆର୍ ଟିମ୍ ସମସ୍ତ ପ୍ରାର୍ଥୀଙ୍କ ସାକ୍ଷାତକାର ନେଇଥିଲେ ଓ ୧୨ ଜଣ ପ୍ରାର୍ଥୀଙ୍କୁ ଚୟନ କରିଥିଲେ । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଅନଗ୍ରସର ଗୋଷ୍ଠୀର ପିଲାମାନଙ୍କୁ ଲଘୁ ଦକ୍ଷତା ପ୍ରଦାନ କରିବା ଏବଂ ନିଯୁକ୍ତି ପାଇଁ ପ୍ରସ୍ତୁତ ହେବା ଦକ୍ଷତା ଦେବା ଯଦ୍ୱାରା ସେହି ଛାତ୍ରଛାତ୍ରୀମାନେ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପ୍ରତିବନ୍ଧକକୁ ଦୂର କରି ପେସାଦାର ଜୀବନରେ ସଫଳତା ହାସଲ କରିପାରିବେ ।

ଚୟନ କରାଯାଇଥିବା ପ୍ରାର୍ଥୀମାନଙ୍କୁ ଯୋଗାଯୋଗ ଦକ୍ଷତା, ଦଳଗତ କାର୍ଯ୍ୟ, ସମସ୍ୟା ସମାଧାନ, ସମୟ ପରିଚାଳନା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ଉପରେ ୨୧ ଦିନିଆ କଠୋର ତାଲିମ ପ୍ରଦାନ କରାଯାଇଥିଲା । ଟିସିଏସ୍ର ଅଭିଜ୍ଞ ପେସାଦାରମାନେ ତାଲିମ ପ୍ରଦାନ କରିଥିଲେ ଏବଂ କର୍ମଜୀବନର ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ସେମାନଙ୍କୁ ପ୍ରସ୍ତୁତ କରାଯାଇଥିଲା । ଏହି ତାଲିମରେ ପ୍ରାର୍ଥୀମାନଙ୍କୁ ବାୟୋଡାଟା ଲିଖନ ଓ ସାକ୍ଷାତକାରରେ ଅଂଶଗ୍ରହଣ ଉପରେ କର୍ମଶାଳା ଆୟୋଜନ କରାଯାଇଥିଲା । ଟିପିଏନ୍ଓଡିଏଲ୍ ପକ୍ଷରୁ ଏହି ପିଲାମାନଙ୍କ ଲାଗି ଅନ୍ୟାନ୍ୟ ପ୍ଲେସମେଂଟ୍ ସୁଯୋଗ ସନ୍ଧାନ କରାଯାଉଛି । ଏହା ଦ୍ୱାରା ଟିସିଏସ୍ ପକ୍ଷରୁ ଏମ୍ପ୍ଲୟାବିଲିଟି ପାଠ୍ୟକ୍ରମରେ ନିଯୁକ୍ତି ପ୍ରଦାନ କରାଯାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବାଲେଶ୍ୱର ଭିଟି କେନ୍ଦ୍ର ସମେତ ଏବେ ୨୪ରେ ପହଂଚିଛି ।

ଟିପିଏନ୍ଓଡିଏଲ୍ର ସିଇଓ ଶ୍ରୀ ଭାସ୍କର ସରକାର ଛାତ୍ରଛାତ୍ରୀମାନଙ୍କ ଏହି ସଫଳତାକୁ ନେଇ ନିଜ ଉତ୍ସାହ ପ୍ରକାଶ କରିବା ସହ କହିଛନ୍ତି ଯେ, “ଶିକ୍ଷାଗତ ଓ ପ୍ରଫେସନାଲ୍ ଉଦ୍ୟମରେ ଏହି ଛାତ୍ରଛାତ୍ରୀମାନଙ୍କ ସଫଳତାକୁ ନେଇ ଆମେ ଅତ୍ୟନ୍ତ ଉତ୍ସାହିତ । ଏହା ଜରିଆରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପରିବାର ଓ ଗୋଷ୍ଠୀ ସମୁଦାୟକୁ ଆର୍ଥିକ ସ୍ତରରେ ସହଯୋଗ କରିପାରିବେ । ଆଗାମୀ ଦିନରେ ଏହି ଛାତ୍ରଛାତ୍ରୀମାନେ ସ୍ଥାନୀୟ ଅଂଚଳର ଅନ୍ୟ ପିଲା ଓ ଯୁବପିଢ଼ିମାନଙ୍କ ଲାଗି ପ୍ରେରଣା ଓ ଉତ୍ସାହରେ ପରିଣତ ହେବେ ।’’

ଜଣେ ଛାତ୍ରଛାତ୍ରୀ ଟିପିଏନ୍ଓଡିଏଲ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, “ମୋର ସ୍ୱପ୍ନର ଅନୁଷ୍ଠାନରେ ନାମ ଲେଖାଇବା ପାଇଁ ତାଲିମ ଓ ସହାୟତା ପ୍ରଦାନ କରିଥିବାରୁ ମୁଁ ଟିପିଏନ୍ଓଡିଏଲକୁ କୃତଜ୍ଞତା ଜଣାଉଛି । ଏହି ତାଲିମ ମୋତେ ଆହ୍ୱାନକୁ ଅତିକ୍ରମ କରିବା ଏବଂ ମୋ ଲକ୍ଷ୍ୟକୁ ହାସଲ କରିବାରେ ସହାୟକ ହୋଇଛି । ଏହି ସୁଯୋଗକୁ ଆହୁରି ବଢ଼ାଇବା ପାଇଁ ମୁଁ ଚାହିରହିଛି ।’’ ଟିପିଏନ୍ଓଡିଏଲ୍ ଧନ୍ଦାମୂଳକ ତାଲିମ କେନ୍ଦ୍ର ହେଉଛି ଟିପିଏନ୍ଓଡିଏଲ୍ର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍)ର ଏକ ଅଂଶ ଯାହାର ଲକ୍ଷ୍ୟ ହେଉଛି ଶିକ୍ଷା ଓ ଦକ୍ଷତା ବିକାଶ ଜରିଆରେ ଅନଗ୍ରସର ଗୋଷ୍ଠୀର ଲୋକଙ୍କୁ ସଶକ୍ତ କରିବା । ଏହି କେନ୍ଦ୍ରର ଶୁଭାରମ୍ଭ ପରଠାରୁ ଶତାଧିକ ଲୋକ ଉପକୃତ ହୋଇଛନ୍ତି ଏବଂ ଅନେକ ଲୋକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ଜାରି ରଖିଛି ।
ଚୟନ କରାଯାଇଥିବା ପ୍ରାର୍ଥୀମାନେ ହେଉଛନ୍ତି:
୧. ଲକ୍ଷ୍ମଣ ରଣା
୨. ମନୋରମା ପଣ୍ଡା
୩. ଫାଲଗୁନି ଦାସ
୪. ପ୍ରସନ୍ନ ସାହୁ
୫. ରାକେଶ ଧଳ
୬. ସୌମ୍ୟଦୀପ ସାମଲ
୭. ସୁମିତ ସାମଲ
୮. ସୁମିତ୍ରା ରଣା
୯. ସୁନନ୍ଦା ବେହେରା
୧୦. ସୁଶ୍ରୀ ରାଉତ
୧୧. ସୁନିତା ଗିରି
୧୨. ଜତିନ ପାଲ୍