ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା : ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

110

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା । ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ । ଝିଅକୁ ଘରେ ଛାଡି ମାଆ କାମକୁ ଯାଇଥିବା ବେଳେ ପଡୋସୀ ଘରର ବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରିକି ଦୁଷ୍କର୍ମ କରିଥିବା ପିଲା ନାବାଳକ ବୋଲି ସୂଚନା ମଳିଛି । ଗତ ବର୍ଷ ନାବଳିକାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ବିଧବା ମାଆ ଝିଅକୁ ନେଇ ଏକା ରହୁଥିଲା ।

ଗତକାଲି ସକାଳୁ ମାଆ କାମ କରିବାକୁ ଯାଇଥିଲା । ଏହି ସମୟରେ ନାବାଳିକାଙ୍କୁ ପଡୋସୀ ଘରର ଜଣେ ବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳକାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଥାନାରେ ଅଭିଯୋଗ ନକରିବାକୁ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଧମକ ଦିଆଯାଉଥିବା ପୀଡ଼ିତର ମାଆ ଅଭିଯୋଗ କରିଛନ୍ତି ।