ରିଲିଜ୍ ହେଲା ମୋଦୀଙ୍କ ଲେଖା ଗରବା ଗୀତ ‘ମାଡି ସଙ୍ଗ’ । ସଙ୍ଗୀତର ରୂପ ଦେଇଛନ୍ତି ମୀତ୍ ବ୍ରଦର୍ସ

157

କନକ ବ୍ୟୁରୋ: ନବରାତ୍ରୀ ଗୀତ ସହ ନବରାତ୍ରୀ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନବରାତ୍ରୀର ଶୁଭାରମ୍ଭ ‘ମାଡି’ ଗୀତ ସହ ଆରମ୍ଭ ହୋଇଛି । ଗରବା ପାଇଁ ମୋଦୀ ଲେଖିଥିବା ଗୀତ ରିଲିଜ୍ ହୋଇଛି । ମୋଦୀଙ୍କ ଲେଖାକୁ ଗୀତର ରୂପ ଦେଇଛନ୍ତି ମୀତ୍ ବ୍ରଦର୍ସ । ଏଥିରେ କଣ୍ଠଦାନ କରିଛନ୍ତି ଦିବ୍ୟ କୁମାର । ଏହାକୁ ଗୁଜୁରାଟି ଭାଷାରେ କରାଯାଇଛି । ଏହାକୁ ନେଇ ପୁରା ଗୁଜୁରାଟବାସୀ ବେଶ୍ ଖୁସି ପ୍ରକାଶ କରିଛନ୍ତି ।

ମୋଦୀ ନିଜେ ଏହି ଗୀତ ଗୁଡିକୁ ଚଳିତ ବର୍ଷ ଲେଖିଛନ୍ତି । ଟ୍ୱିଟରରେ ଏହି ଗୀତକୁ ପୋଷ୍ଟ କରିବା ସହ ମୋଦୀ କହିଛନ୍ତି ଯେ, ‘ ଚଳିତ ଗରବାରେ ଏହି ଗୀତ ସମସ୍ତଙ୍କ ପାଇଁ ଅନନ୍ଦ ଆଣିଦେବ ବୋଲି ବିଶ୍ୱାସ’ । ଏହାସହ ସିଙ୍ଗର ଦିବ୍ୟ କୁମାର ଓ ନିର୍ଦ୍ଦେଶକ ମୀତ୍ ବ୍ରଦର୍ସଙ୍କୁ କୃତଜ୍ଞତା ଜଣାଇଛନ୍ତି ।