ଉତ୍ତର ଗାଜାକୁ ୩ ଘଣ୍ଟାର ମହଲତ: ଗ୍ରାଉଣ୍ଡ ଅପରେସନ ପୂର୍ବରୁ ଜନସାଧାରଣଙ୍କୁ ଭିଟାମାଟି ଛାଡିବାକୁ ଇସ୍ରାଏଲ ସେନାର ନିର୍ଦ୍ଦେଶ ।

114

କନକ ବ୍ୟୁରୋ: ମାତ୍ର ୩ ଘଣ୍ଟାର ମହଲତ ଦେଲା ଇସ୍ରାଏଲ ସେନା । ଉତ୍ତର ଗାଜାରେ ଗ୍ରାଉଣ୍ଡ ଅପରେସନ ପୂର୍ବରୁ ସେଠାକାର ଜନ ସାଧାରଣଙ୍କୁ ଏଭଳି ଚେତାବନୀ ଦେଇଛି ଇସ୍ରାଏଲ ସେନା । ଉତ୍ତର ଗାଜାରେ ଆତଙ୍କୀ ସଙ୍ଗଠନ ହମାସ ରହିଛି । ଏଠାରେ ଥିବା ବିଭିନ୍ନ ବଙ୍କର ଭିତରେ ଆତଙ୍କୀମାନେ ଲୁଚି ରହିଛନ୍ତି । ତେଣୁ ଏହି ଏରିଆକୁ ଧ୍ୱଂସ କରି ଆତଙ୍କୀଙ୍କୁ ନିପାତ କରିବାକୁ ନିଷ୍ପତି ନେଇଛି ଇସ୍ରାଏଲ ସେନା ।

ଗତକାଲିଠୁ ଉତ୍ତର ଗାଜାର ବାସିନ୍ଦା ଭାଟିମାଟି ଛାଡି ପାଲେଷ୍ଟାଇନର ଦକ୍ଷିଣ ମୁହାଁ ହୋଇଛନ୍ତି । ଆଜି ଇସ୍ରାଏଲର ସେନାକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଭେଟିଥିିଲେ । ସେନାର ମନୋବାଳ ବଢାଇବା ସହିତ ଆଗକୁ ଯୁଦ୍ଧ ଜୋରଦାର ହେବା ସହିତ ଅପରେସନକୁ ଜୋରଦାର କରାଯିବ ବୋଲି ସୂଚାଇ ଦେଇଛନ୍ତି । ଏହାପରେ ଇସ୍ରାଏଲ ଡିଫେନ୍ସ ସେନା ଉତର ଗାଜାରେ ଥିବା ଲୋକଙ୍କୁ ଏଭଳି ଚେତାବନୀ ଦେଇଛି । ଏହାରି ଭିତରେ ଇସ୍ରାଏଲ ସେନା ଦାବି କରିଛି ଯେ ନୁଖବା ଆତଙ୍କୀ ସଙ୍ଗଠନର କମାଣ୍ଡର ବିଲାଲ-ଅଲ-କେଦରା ଶନିବାର ରାତିରେ ନିହତ ହୋଇଛି । ଉଭୟ ଇସ୍ରାଏଲ ଓ  ପାଲେଷ୍ଟାଇନରେ ୩ ହଜାର ୬ ଶହରୁ ଅଧିକ ପ୍ରାଣ ହରାଇଛନ୍ତି ।