ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ କେକେଙ୍କ ବିୟୋଗ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୋକ ପ୍ରକାଶ

98

କନକ ବ୍ୟୁରୋ : ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଏଥିସହ ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମତେ ଅନେକ ରାଜନେତା ଗଭୀର ଶୋକ ପ୍ରକାଶ କରିଛନ୍ତି ।

ମୋଦୀ ଟ୍ୱିଟ କରି କହିଛନ୍ତି ଯେ, କ୍ରିଷ୍ଣକୁମାର ଜଣେ ଭଲ ଗାୟକ ଥିଲେ । ସେ ପ୍ରତ୍ୟେକ ବର୍ଗର ଲୋକଙ୍କ ମନକୁ ଛୁଇଁଲା ଭଳି ଗୀତ ଗାଇଥିବାବେଳେ ଅନେକ ଭାଷାରେ ବି ଗୀତ ଗାଇ ସମସ୍ତଙ୍କୁ ମୁଗ୍ଧ କରିଛନ୍ତି । ତାଙ୍କ ଅକାଳ ମୃତ୍ୟୁ ସଙ୍ଗୀତ ଜଗତ ପାଇଁ ଅପୁରଣୀୟ କ୍ଷତି ପହଞ୍ଚାଇଛନ୍ତି । ସେହିପରି ବଲିଉଡ ଅଭିନେତା ଅକ୍ଷୟ କୁମାର, ଅଜୟ ଦେବଗନ, ମ୍ୟୁଜିକ ଡିରେକ୍ଟର ଭିଶାଲ ଆଦି ଅନେକ ସହଯୋଗୀଙ୍କୁ ହରାଇ ଶୋକ ପ୍ରକାଶ କରିଛନ୍ତି ।