ପୂର୍ବ ଏସିଆ ଶିଖର ସମ୍ମିଳନୀରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । ସମ୍ମିଳନୀରୁ ସଂପର୍କ ସୁଦୃଢ ପାଇଁ ରଖିଲେ ୧୨ ସୂତ୍ରୀ ଯୋଜନା

147

କନକ ବ୍ୟୁରୋ : ଇଣ୍ଡୋନେସିଆର ରାଜଧାନୀ ଜାକର୍ତାରେ ଆୟୋଜିତ ପୂର୍ବ ଏସିଆ ଶିଖର ସମ୍ମିଳନୀ ଓ ଏସିଆନ-ଭାରତ ସମ୍ମିଳନୀରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏସିଆନ-ଭାରତ ସମ୍ମିଳନୀରେ ଅଧ୍ୟକ୍ଷତା କରି ମୋଦୀ କହିଥିଲେ ପୂର୍ବ ଏସିଆ ସହ ଭାରତର ସଂପର୍କ ଚାରି ଦଶନ୍ଧିରେ ପହଂଚିଛି । ପୂର୍ବ ଏସିଆ ସମ୍ମିଳନୀକୁ ସମ୍ବୋଧିତ କରି ମୋଦୀ ଭାରତ ଓ ପୂର୍ବ ଏସିଆ ମଧ୍ୟରେ ସଂପର୍କ ସୁଦୃଢ କରିବା ପାଇଁ ୧୨ ସୂତ୍ରୀ ଯୋଜନା ରଖିଛନ୍ତି ।
ମିଳିତ ଭାବେ ଆତଙ୍କବାଦ ବିରୋଧରେ ଲଢେଇ
ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର
ପ୍ରଶାନ୍ତ ମହାସାଗର ଅଂଚଳରେ ମୁକ୍ତ ବ୍ୟବସାୟ
ଭାରତ-ଦକ୍ଷିଣ ଏସିଆ-ପଶ୍ଚିମ ଏସିଆ-ୟୁରୋପ ମଧ୍ୟରେ ଅର୍ଥନୈତିକ କରିଡର ନିର୍ମାଣ
ପରସ୍ପରକୁ ସମ୍ମାନ ଓ ପାରସ୍ପାରିକ ସହଯୋଗ
ଶିକ୍ଷା, ସ୍ୱାସ୍ଥ୍ୟ. ପରିବେଶ ଓ ବିଶ୍ୱସ୍ତରୀୟ ଆହ୍ୱାନର ମିଳିତ ମୁକାବିଲା
ଏହାଛଡା କ୍ଷେତ୍ରୀୟ ଅଞ୍ଚଳର ସ୍ଥିରତା ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ନରେନ୍ଦ୍ର ମୋଦୀ । ବିଶ୍ୱରେ ଅନିଶ୍ଚିତତାର ପରିବେଶ ଭିତରେ ଏସିଆରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଉଛି । ଏହା ଆମ ସଂପର୍କ ଶକ୍ତିର ବଡ ପ୍ରମାଣ । ଏକବିଂଶ ଶତାବ୍ଦୀ ଏସିଆର ଓ ଆମ ସମସ୍ତଙ୍କର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଜି-୨୦ ସମ୍ମିଳନୀ ପୂବ ର୍ରୁ ପୂର୍ବ-ଏସିଆ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତାରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଜାକର୍ତା ବିମାନ ବନ୍ଦରରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରବାସୀ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ହୋଟେଲ ବାହାରେ ଅପେକ୍ଷା କରିଥିଲେ । ହାତରେ ତ୍ରିରଙ୍ଗା ପତାକା ଧରି ନାରାବାଜି କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ପ୍ରବାସୀ ଭାରତୀଙ୍କୁ ସାକ୍ଷାତ କରିଥିଲେ ମୋଦୀ ।

୧୦ଟି ଦେଶର ପ୍ରଭାବଶାଳୀ ମେଂଟ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର ବିକାଶରେ ପୂର୍ବ ଏସିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମାତ୍ର ୯ ଘଂଟାରେ ଇଣ୍ଡୋନେସିଆ ଗସ୍ତ ଶେଷ କରି ନରେନ୍ଦ୍ର ମୋଦୀ ଭାରତ ଫେରିଆସିଛନ୍ତି ।