ଛାଡିଗଲା ଭାଇଗିରି: ବନ୍ଧା ହେଲେ ବାଉଁଶର

429

କନକ ବ୍ୟୁରୋ: ଦାଦା ବଟି ମାଗି ବନ୍ଧାହେଲେ ବାଉନସର । ଦାଦା ବଟି ନଦେବାରୁ ଜଣେ ବାର କର୍ମଚାରୀଙ୍କୁ ଅପହରଣ କରି ଏକ ବନ୍ଦ ଘର ଭିତରେ ମାଡ଼ ମାରିଥିବା ଅଭିଯୋଗରେ ୨ଜଣ ବାଉନସରକୁ ବାନ୍ଧିଛି ଏୟାରଫିଲ୍ଡ ଥାନା ପୋଲିସ । ଏହାସହ ଅପହରଣରେ ବ୍ୟବହୃତ ହୋଇଥିବା କାରକୁ ଜବତ କରିଛି ପୁଲିସ । ମାସକୁ ୫୦ ହଜାର ଟଙ୍କା ବଟି ପାଇଁ ଯୁବକଙ୍କୁ ଅପହରଣ କରିଥିଲେ ବାଉନ୍ସର ଗ୍ୟାଙ୍ଗ ।

ଛାତିକୁ ଫୁଲାଇ, ବାହୁ ଦେଖାଇ ସୋସିଆଲ ମିଡିଆରେ ରିଲ୍ସ ବନାଇ ଭୟଭୀତ କରୁଥିବା ବାଉଁଶର ଏବେ ସାବାଡ ହେବେ । ବାହୁ ଦେଖାଇଲେ ହାଜତ ଦେଖାଇଦେବ କମିଶନରେଟ୍ ପୁଲିସ । ଉପରମୁହାଁ ହେଉଥିବା ଅପରାଧୀଙ୍କୁ ସାବାଡ କରିବାକୁ ଆରମ୍ଭ ହୋଇଛି ଅପରେସନ କ୍ଲିନ । ଆଗକୁ ପାର୍ବଣ ଋତୁ ଥିବାରୁ ଦାଦାବଟି ମାଗିବା କିମ୍ବା କୌଣସି ପ୍ରକାରର ଅପରାଧ କଲେ ବାନ୍ଧି ଜେଲ ପଠାଇବାକୁ ନିଷ୍ପତି ନେଇଛି ପୁଲିସ । ଦେଖନ୍ତୁ ଏହି ଦୁଇ ବାଉଁଶରଙ୍କୁ । ଏମାନଙ୍କ କାରନାମା ଦୀର୍ଘଦିନ ଧରି ପୁଲିସର ନିଦ ହଜାଇଦେଇଥିଲା । ଜଣେ ବାର ମ୍ୟାନେଜରଙ୍କୁ ଏମାନେ ମାସିକ ୫୦ ହଜାର ଟଙ୍କା ବଟି ମାଗିଲେ । ଆଫ ବଟି ଦେବାକୁ ଅସମର୍ଥ ହେବାରୁ ମ୍ୟାନେଜରଙ୍କୁ ଅପହରଣ କରି ମାଡ ମାରି ଲହୁଲୁହାଣ କଲେ । ଥାନାରେ ଅଭିଯୋଗ ପରେ ୫ ବାଉନ୍ସର ଫେରାର ହୋଇଗଲେ ।

ଏମାନେ ହେଉଛନ୍ତି ସେହି ଅଭିଯୁକ୍ତ ବାଉନ୍ସର । ଓଲଡ ଟାଉନ ଅଂଚଳର ଆଶିଷ ସାହୁ ଓରଫ ପିନୁ ଓ ବାଲିପାଟଣା ବିଶ୍ୱନାଥପୁର ଅଂଚଳର ଆଦିତ୍ୟ ବରାଳ ଓରଫ ଆଦିକୁ ବାନ୍ଧିଛି ଏୟାରଫିଲଡ ଥାନା ପୁଲିସ । ପିନୁ ନାଁରେ ଢେଙ୍କାନାଳ, କ୍ୟାପିଟାଲ ଥାନା, ଖାରବେଳ ନଗର ଓ ଏୟାରଫିଲ୍ଡ ଥାନାରେ ମାଳ ମାଳ ମାମଲାର ରହିଛି । ଆଦି ନାଁରେ ଲିଙ୍ଗରାଜ ଥାନା ଅଂଚଳରେ ମାମଲା ରହିଛି । ଅପହରଣରେ ବ୍ୟବହୃତ ହୋଇଥିବା କାରକୁ ଜବତ କରିଛି ପୁଲିସ ।

ବାର ମାଲିକଙ୍କୁ ଧମକ ଦେଇ ବଟି ଆଦାୟ କରିବା ଉଦ୍ଦେଶ୍ୟରେ ଏମାନେ ମ୍ୟାନେଜରଙ୍କୁ ଏକ ବନ୍ଦ କୋଠରୀ ଭିତରେ ମାଡ ମାରି ଭିଡିଓ ଭାଇରାଲ କରିଥିଲେ । ଘଟଣା ଘଟାଇ କୋଲାକାତା ଫେରାର ହୋଇଯାଇଥିଲେ । ଭୁବନେଶ୍ୱର ଫେରିବାରାସ୍ତାରେ ଏମାନଙ୍କୁ ବାନ୍ଧିଛି ପୁଲିସ ।