ରୋଜଗାର ମେଳାର ୫ମ ସଂସ୍କରଣରେ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ । ସାରା ଦେଶରେ ୭୧ ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ ମିଳିଲା ନିଯୁକ୍ତି ପତ୍ର

184

କନକ ବ୍ୟୁରୋ : ରୋଜଗାର ମେଳାରେ ଦେଶର ୭୧ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଂଟିଲେ କେନ୍ଦ୍ର ସରକାର । ମଙ୍ଗଳବାର ପ୍ରଧାନମନ୍ତ୍ରୀ ଭିଡିଓ କନଫେରେନ୍ସିରେ ଦେଶର ଯୁବଗୋଷ୍ଠୀଙ୍କୁ ସମ୍ବୋଧିତ କରିବା ସହ ନିଯୁକ୍ତ ପତ୍ର ବାଟିଂଛନ୍ତି । ଏଥିସହ ରୋଜଗାର ମେଳାର ଏ ହେଉଛି ପଂଚମ ସଂସ୍କରଣ । ସାରା ଦେଶର ୪୫ଟି ସ୍ଥାନରେ ନିଯୁକ୍ତି ମେଳା ଆୟୋଜନ କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ଥିଲେ । ନିଯୁକ୍ତିପତ୍ର ବାଂଟିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏକ ବିକଶିତ ଭାରତ ଗଢିବା ପାଇଁ ଯୁବପିଢୀଙ୍କ ପ୍ରତିଭା ଓ ଶକ୍ତିକୁ ଉପଯୁକ୍ତ ସୁଯୋଗ ଦେବାକୁ ଆମ ସରକାର ପ୍ରତିବଦ୍ଧ ।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ବାଂଟିଥିବା ନିଯୁକ୍ତିପତ୍ରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ରହିଛି । ରୋଜଗାର ମେଳା ଜରିଆରେ କେନ୍ଦ୍ର ସରକାର ପ୍ରତିଥର ଭଳି ଏଥିର ବି ଯୁବକ ଯୁବତୀଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ଦେଇଛନ୍ତି । ଭାରତୀୟ ଡାକ ସେବ, ଡାକ ଇନଫେକ୍ଟର, ଡାକ ନୀରିକ୍ଷକ, ଗ୍ରାମୀଣ ଡାକ ସେବକ, ଜୁନିୟର କ୍ଲକ, ଜୁନୟର ଆକାଉଂଟାଟ୍, ଟେକ୍ସିସିଆନ୍, ଟେକ୍ ମେଂଟନର, ଟ୍ୟାକ୍ସ ଆକ୍ସିଂଟାଂଟ, ଲୋୟର ଡିଭିଜନ, ସାମାଜିକ ସୁରକ୍ଷା ଅଧିକାରୀ ଭଳି ବିଭିନ୍ନ ପଦରେ ଶିକ୍ଷିତ ଯୁବକ ଯୁବତୀଙ୍କୁ ମିଳିଛି ନିଯୁକ୍ତି ।

ଦେଶରୁ ବେକାର ଯୁବକ ଯୁବତୀଙ୍କୁ ସ୍ୱାବଲମ୍ଭୀ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ରୋଜଗାର ମେଳା । ଏଥିପାଇଁ ବିଭିନ୍ନ ବିଭାଗରେ ପର୍ଯ୍ୟାୟ କ୍ରମେ ନିଯୁକ୍ତି ଯୋଗାଇ ଆସୁଛନ୍ତି କେନ୍ଦ୍ର ସରକାର ।ଗତବର୍ଷ ୨୨ ଅକ୍ଟୋବରରେ କେନ୍ଦ୍ରସରକାର ଏହି ମେଳାର ଆରମ୍ଭ କରିଛନ୍ତି ପୂର୍ବରୁ ୪ଟି ପର୍ଯ୍ୟାୟରେ ୨ କୋଟି ୯ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ବାଂଟିଛନ୍ତି କେନ୍ଦ୍ରସରକାର । ମଙ୍ଗଳବାର ଆଉ ୭୧ ଲକ୍ଷ ଯୁବକ, ଯୁବତୀ ଏଥିରେ ଯୋଡି ହୋଇଯାଇଛନ୍ତି । ବର୍ତମାନ ସୁଦ୍ଧା ଦେଶର ୩ କୋଟି ୬ଲକ୍ଷ ଯୁବତୀ-ଯୁବତୀ ରୋଜଗାର ମେଳା ଜରିଆରେ ପାଇଲେଣି ନିଯୁକ୍ତି ।