କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା : ଶାହା, ନଡ୍ଡାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ; କିଏ ପଡ଼ିବେ ବାଦ, କାହାକୁ କରାଯିବ ସାମିଲ ଚାଲିଛି ତାଲିକା ପ୍ରସ୍ତୁତି

222

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀ ପରିଷଦ ବୈଠକ ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା । ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମନ୍ତ୍ରୀ ମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିପାରନ୍ତି । ଚଳିତ ସପ୍ତାହରେ ଅଦଳବଦଳ ସମ୍ଭାବନା ରହିଛି । ଏଥିପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ଅମିତ ଶାହା, ଜେପି ନଡ୍ଡାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

କେଉଁମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯିବ, କାହାକୁ ସାମିଲ କରାଯିବ ଚାଲିଛି ତାଲିକା ପ୍ରସ୍ତୁତି । ମନ୍ତ୍ରିମଣ୍ଡଳରୁ ୧୫ଜଣଙ୍କୁ ବାଦ୍ ଦେଇପାରନ୍ତି ମୋଦୀ । ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବେଳେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମ ଉପରେ ଫୋକସ୍ ରହିଛି । ଦିଲ୍ଲୀର ପ୍ରଗତି ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ସବୁ ମନ୍ତ୍ରୀ ଉପସ୍ଥିତ ଥିଲେ ।