ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ବ୍ରହ୍ମପୁର ସହରରୁ ଆସିଲା ଲୋମଟାଙ୍କୁରା ଖବର । ୮ ସହପାଠୀଙ୍କୁ ଅଟକ ରଖି ଜେରା କରୁଛି ପୋଲିସ ।

322

କନକ ବ୍ୟୁରୋ: ଯୁକ୍ତ ଦୁଇ ଛାତ୍ରୀଙ୍କୁ ସହପାଠୀଙ୍କ ଗଣବଳାତ୍କାର । ମୃଦୁପାନୀୟ ଦେଇ ଛାତ୍ରୀଙ୍କୁ ତାଙ୍କର ୮ ଜଣ ସହପାଠୀ ଗଣବଳାତ୍କାର କରିଛନ୍ତି । ଗଞ୍ଜାମ ବ୍ରହ୍ମପୁର ସହରରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି । ଏନେଇ ପୀଡିତାଙ୍କ ପରିବାର ଲୋକେ ସ୍ଥାନୀୟ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଉଠାଇ ଆଣି ଅଟକ ରଖିଛି ।

ପୀଡିତାଙ୍କ ଡାକ୍ତରୀମାଇନା କରିବା ସହ ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି । ନିର୍ବାଚନ ବାତାବରଣ ଭିତରେ ଏଭଳି ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସୂଚନା ମୁତାବକ, ଛାତ୍ରୀ ଜଣଙ୍କ ଏକ ଘରୋଇ ସ୍କୁଲରେ ପାଠ ପଢନ୍ତି । ତାଙ୍କର ଜଣେ ସହପାଠୀ ଛାତ୍ରୀଙ୍କୁ ଗତ ଶୁକ୍ରବାର ତାଙ୍କ ଘରକୁ ଡାକିଥିଲେ । ସହପାଠୀଙ୍କ ପରିବାର ଲୋକେ କେହି ନଥିବା ବେଳେ ଅନ୍ୟ ୭ ଜଣ ସହପାଠୀ ସେଠାରେ ପହଞ୍ଚିଥିଲେ । ସମସ୍ତେ ମିଶି କୋଲଡ୍ରିଙ୍କ୍ସ ପିଇଥିଲେ । ତେବେ କୋଲଡ୍ରିଙ୍କରେ ସେମାନେ ତାଙ୍କୁ କିଛି ନିଶା ଦ୍ରବ୍ୟ ମିଶାଇଦେଇଥିଲେ । ଫଳରେ ଛାତ୍ରୀ ଜଣଙ୍କ କୋଲଡ୍ରିଙ୍କ୍ସ ପିଇବା ପରେ ଅଚେତ ହୋଇଯାଇଥିଲେ । ପରେ ଜଣଙ୍କ ପରେ ଜଣେ ସହପାଠୀ ଛାତ୍ରୀଙ୍କ ସହ ବଳାତ୍କାର କରିଥିଲେ । ଛାତ୍ରୀଙ୍କ ଚେତା ଫେରିବା ପରେ ସେ ଘରକୁ ଫେରି ଏସର୍ମ୍ପକରେ ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଛାତ୍ରୀଙ୍କ ସହପାଠୀମାନଙ୍କୁ ଉଠାଇ ଆଣି ପଚରାଉଚରା କରୁଛି । ବାସ୍ତବରେ ଛାତ୍ରୀ ଗଣବଳାତ୍କାର ଶିକାର ହୋଇଛନ୍ତି କି ନାହିଁ ସେନେଇ ଛାତ୍ରୀଙ୍କ ଡାକ୍ତରୀମାଇନା କରାଯାଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।