‘ଆମେ ଯୋଡିଶଙ୍ଖ ନାରା ଦେଉଛୁ ଓଡିଶାର ସ୍ୱାର୍ଥ ପାଇଁ, ବିଜେଡି ଭୋଟ ପାଇଁଁ ନୁହେଁ’: ଭିକେ ପାଣ୍ଡିଆନ୍ ।

77

କନକ ବ୍ୟୁରୋ: ଗୋପାଳପୁରରେ ପ୍ରେସମିଟ କରି ବିଜେପି ଉପରେ ବର୍ଷିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । କହିଛନ୍ତି, ଆମେ ଚଳିତ ନିର୍ବାଚନ ପାଇଁ ‘ଯୋଡି ଶଙ୍ଖ’ ନାରା ଦେଇ ଦୁଇଥର ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରୁଛୁ । ଏହା କେବଳ ଓଡିଶାର, ଓଡିଶାବାସୀଙ୍କ ସ୍ୱାର୍ଥ ଓ ସୁବିଧା ପାଇଁ । କାରଣ ନ୍ୟାସନାଲ ପାର୍ଟି ଏମପି ମାନେ ସଂସଦରେ ଓଡିଶା ପାଇଁ ପାଟି ଖୋଲି ପାରୁନାହାଁନ୍ତି କି ପାରିବେ ନାହିଁ । କାରଣ ସେମାନଙ୍କ ହାଇକମାଣ୍ଡଙ୍କ ଅନୁମତି ବିନା ସେମାନେ କିଛି ବି କରିପାରିବେ ନାହିଁ । କାରଣ ସେମାନଙ୍କ ହାଇକମାଣ୍ଡଙ୍କ କଥା ମାନି ରହିଲେ ସେମାନଙ୍କୁ ମନ୍ତ୍ରୀପଦ ମିଳିବ, ଆଗକୁ ଟିକେଟ୍ ମିଳିବ କିମ୍ବା କମିଟି ମେମ୍ବରସିପ୍ ମିଳିବ । ତେଣୁ ସେମାନେ ବିଜେପି ବିରୋଧରେ ଯାଇ ରାଜ୍ୟ କଥା ଉଠାଇବେ ନାହିଁ । କିନ୍ତୁ ଏଠୁ ଲୋକସଭା ଆସନ ଜିତି ଗଲେ ବିଜେଡି ସାଂସଦମାନେ ସଂସଦରେ ଓଡିଶାର କଥା ଉଠାଇପାରିବେ । ଓଡିଶାବାସୀଙ୍କ ସମସ୍ୟା କଥା ଉଠାଇପାରିବେ । ତେଣୁ ଆମେ ଏଥର ଯୋଡି ଶଂଖର ନାରା ଦେଉଛୁ ବୋଲି କହିଛନ୍ତି ପାଣ୍ଡିଆନ୍ ।