ଅଡୁଆ ବଢ଼ାଉଛି ଆବାସ ତାଲିକା : ଭଙ୍ଗା ଘର କାନ୍ଥରେ ପୋଷ୍ଟର ମାରି ଅଭିନବ ପ୍ରତିବାଦ କଲେ ହିତାଧିକାରୀ; କହିଲେ…

246

କନକ ବ୍ୟୁରୋ : ଅଡ଼ୁଆ ବଢ଼ାଉଛି ଆବାସ ତାଲିକା । କାନ୍ଥରେ ପୋଷ୍ଟର ମାରି ପ୍ରତିବାଦ କଲେ ହିତାଧିକାରୀ । ପିପିଲି ଚନ୍ଦ୍ରାଦେଇପୁର ପଞ୍ଚାୟତରେ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି ଲୋକେ । ଭଙ୍ଗା ଘରେ ପୋଷ୍ଟର ମାରି ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଗାଁ ଲୋକେ ।

ପୋଷ୍ଟରରେ ଲେଖିଛନ୍ତି ସେମାନେ ଯଦି ପ୍ରକୃତ ଅଯୋଗ୍ୟ ହିତାଧିକାରୀ ତା ହେଲେ ତାଙ୍କୁ ଜେଲ ନିଅନ୍ତୁ । ଥରୁଟିଏ ଉଚିତ୍ ତଦନ୍ତ କରନ୍ତୁ । ଭଙ୍ଗା ଘରକୁ ଟିକିଏ ଅନାନ୍ତୁ ବୋଲି ପୋଷ୍ଟରରେ ଲେଖି ପ୍ରତିବାଦ କରିଛନ୍ତି ଲୋକେ । ତଦନ୍ତ ନକଲେ ଭୋଟ୍ ପୂର୍ବରୁ ନେତା, ମନ୍ତ୍ରୀ ଓ ଅଧିକାରୀଙ୍କୁ ତାଙ୍କ ଦୁଆର ମନା ବୋଲି କହିଛନ୍ତି ଲୋକେ ।