ପୋଲିସ କର୍ମଚାରୀଙ୍କ ଗାଡି କିଣି ସୋ-ରୁମ୍ ମାଲିକ ହଟହଟା : ମାଲିକାନା ପରିବର୍ତ୍ତନ ନକରି ଗାଡି ନେଇଗଲେ ! ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଧମକ

205

କନକ ବ୍ୟୁରୋ : ପୋଲିସ କର୍ମଚାରୀଙ୍କ ଗାଡ଼ି କିଣି ହଟହଟା ହେଲେ ସୋ-ରୁମ୍ ମାଲିକ । ସୂଚନା ଅନୁସାରେ, ବଲାଙ୍ଗିରରେ ଏକ ସୋରୁମ୍ କରି ପୁରୁଣା ଗାଡ଼ି କିଣାବିକା କରୁଥିବା ତୁଷୁରାର ଅନୀଲ ମହାପତ୍ର ବରଗଡ଼ର ତତ୍କାଳୀନ ପୁଲିସ କର୍ମଚାରୀ ସ୍ମିତାରାଣୀ ଦାସଙ୍କର ଏକ ସ୍କର୍ପିଓ ଗାଡ଼ି ୯ଲକ୍ଷ ୬୫ ହଜାର ଟଙ୍କାରେ କିଣିଥିଲେ । ଗାଡ଼ିଟିକୁ ବୌଦ୍ଧ ଜିଲ୍ଲା ଭୁତାପାଲିର ବ୍ରଜବନ୍ଧୁ ମହାନ୍ତିଙ୍କୁ ବିକ୍ରି କରିଥିଲେ ।

ତେବେ ଗାଡ଼ିର ମାଲିକାନା ପରିବର୍ତ୍ତନ ପାଇଁ ମହିଳା ପୋଲିସ କର୍ମଚାରୀଙ୍କ ସ୍ୱାମୀ ଅଧିକ ଲକ୍ଷେ ଟଙ୍କା ଦାବି କରିଥିଲେ । ଅନୀଲ ଅଧିକ ଲକ୍ଷେ ଟଙ୍କା ମଧ୍ୟ ଦେଇଥିଲେ । ହେଲେ ଗାଡ଼ିର ମାଲିକାନା ପରିବର୍ତ୍ତନ ନକରି ମହିଳା ପୋଲିସ କର୍ମଚାରୀଙ୍କ ସ୍ୱାମୀ ଓ ତାଙ୍କ ଭାଇ ଗାଡ଼ି ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଏହା ସହ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଅନିଲ ମହାପାତ୍ର । ଏ ନେଇ ଅନୀଲ ମହାପାତ୍ର ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି ।