ଭୂମିକମ୍ପ ବଦଳାଇଛି ତୁର୍କୀର ଚିତ୍ର, ୪୨ହଜାର ଟପିଲା ମୃତ୍ୟୁ ସଂଖ୍ୟା

121

କନକ ବ୍ୟୁରୋ : ତୁର୍କୀ ଓ ସିରିୟାରେ ହୋଇଥିବା ଭୂକମ୍ପକୁ ବିତିଗଲାଣି ୧୧ ଦିନ । ହେଲେ ଏବେ ବି ଅନେକଙ୍କ ଜୀବନ ସେ ଭଗ୍ନାବଶେଷ ତଳେ ଫସିରହିଛି । ଦିନ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ୪୨ ହଜାରରୁ ଉଦ୍ଧ୍ୱର୍ ଟପିଲାଣି । ଉଦ୍ଧାରକାରୀଦଳ ପ୍ରତିଦିନ ଅନେକ ଲୋକଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରୁଛନ୍ତି । ଉଦ୍ଧାର ଜାରି ରହିଥିବାବେଳେ ଏହା ଶେଷ ପର୍ଯ୍ୟାୟରେ ପହଁଚିଲାଣି ବୋଲି ଜାତିସଂଘ ଅଧିକାରୀ କହିଛନ୍ତି । ଅନ୍ୟପଟେ ଉଦ୍ଧାର ହୋଇଥିବା ଲୋକେ ଶାରୀରିକ ଆଘାତ ପାଇବା ସହ ଭୟଙ୍କର ମାନସିକ ଆଘାତରେ ପୀଡ଼ିତ ଥିବା ଜଣାପଡ଼ିଛି । ଏହା ସହ ଅନେକ ଲୋକ ‘ପୋଷ୍ଟ ଟ୍ରମାଟିକ ଷ୍ଟ୍ରେସ ଡିସଅର୍ଡର’ରେ ପୀଡ଼ିତ ହେଉଛନ୍ତି । ଅନ୍ୟପଟେ ଭୂକମ୍ପପରେ ଯେପରି ସହରରର ନକ୍ସା ବଦଳି ଯାଇଛି ।

ସେପଟେ ତୁର୍କୀ ଓ ସିରିୟାର ପ୍ରଭାବିତ ଲୋକଙ୍କ ଉଦ୍ଧାରକାର୍ଯ୍ୟ ଜୋରଦାର ଚାଲିଛି । ତୁର୍କୀର କହରାମନମାରସ ସହରରେ ଜଣେ ୪୨ ବର୍ଷୀୟା ମହିଳାଙ୍କୁ ତାଙ୍କ ଘର ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇଛି । ଦୀର୍ଘ ୨୨୨ ଘଂଟା ପରେ ଭଗ୍ନାବଶେଷ ତଳୁ ଏହି ମହିଳା ଜଣଙ୍କୁ ଉଦ୍ଧାରକାରୀ ଦଳ କୈାଶଳ କରି ଉଦ୍ଧାର କରିଛନ୍ତି । ସେହିପରି ତୁର୍କୀର ଅନ୍ତକ୍ୟା ସହରରୁ ଜଣେ ୬୫ ବର୍ଷୀୟ ସିରିୟା ମହିଳା ଏବଂ ତାଙ୍କ ଝିଅଙ୍କୁ ୨୦୮ ଘଂଟାପରେ ଉଦ୍ଧାର କରାଯାଇଛି ।

ଦୁଇ ଦଶନ୍ଧି ପରେ ତୁର୍କୀ ଦେଖିଛି ଏଭଳି ଭୟଙ୍କର ଭୂମିକମ୍ପ । ତେବେ ଏହି ଭୂମିକମ୍ପ କେବଳ ତୁର୍କୀ ପାଇଁ ସବୁଠୁ ବଡ ଘଟଣା ନୁହେଁ ବଂର ୧୦୦ବର୍ଷ ଭିତରେ ପୂରା ଦୁନିଆର ସବୁଠୁ ବଡ ଭୂମିକମ୍ପ ଅଟେ ।