ପାକିସ୍ତାନରେ ବିଗୁଡୁଛି ସ୍ଥିତି । ଦେଶ ଛାଡୁଛନ୍ତି ଧନୀ ବ୍ୟକ୍ତି, ସେହେବାଜ ସରକାରଙ୍କୁ ମିଳୁନି ଋଣ

214

କନକ ବ୍ୟୁରୋ : ଦିନ ଯେତିକି ଗଡୁଛି ସେତିକି ବିଗୁଡୁଛି ପାକିସ୍ତାନର ସ୍ଥିତି । ଆର୍ଥିକ ସଙ୍କଟ ଯୋଗୁଁ ପାକିସ୍ତାନର ଦୂରାବସ୍ଥା । ସେପଟେ ଆଇଏମଏଫ ଇଙ୍ଗିତରେ ପରିଚାଳିତ ହେଉଥିବ ପାକିସ୍ତାନ ସରକାର ଏବେ ଜନତାଙ୍କଠୁ ଟିକସ ଆଦାୟ କରିବା ନେଇ ବଡ ଘୋଷଣା କରିଛନ୍ତି । ୬ମାସ ମଧ୍ୟ ୩୭୦ଅରବ ଡଲାର ଟିକସ ଆଦାୟ ଘୋଷଣା କରିବା ପରେ ପାକିସ୍ତାନରୁ ଧନୀ ବ୍ୟକ୍ତି ଦେଶ ଛାଡୁଥିବା ଜଣାପଡିଛି । ଦେଶ ଛାଡି ପାକିସ୍ତାନବାସୀ ସାଉଦିଆରବ, ୟୁଏଇଇ. ଓ ଅନ୍ୟାନ୍ୟ ଦେଶକୁ ଯାଉଛନ୍ତି

ପାକିସ୍ତାନ ଛାଡୁଛନ୍ତି ଧନୀ ବ୍ୟକ୍ତି
• ୨୦୧୬ ମସିହା ପରେ ସବୁଠୁ ବଡ ସଂଖ୍ୟକ ପଳାୟନ କରିଛନ୍ତି
• ୨୦୨୧ ତୁଳନାରେ ୨୦୦ ପ୍ରତିଶତ ଅଧିକ ଲୋକ ପାକିସ୍ତାନରୁ ପଳାୟନ କରିଛନ୍ତି
• ୨୦୨୨ ମସିହାରେ ୮୩ଲକ୍ଷ ୨ହଜାର ୩୩୯ ଲୋକ ଦେଶ ଛାଡିସାରିଛନ୍ତି

ପାକିସ୍ତାନରେ ମହଙ୍ଗା ମାଡ଼
• ପାକିସ୍ତାନରେ ତୈଳ ଦର ୨୨ ପ୍ରତିଶତ ବୃଦ୍ଧି ପାଇଛି
• ବିଦ୍ୟୁତ ଦର ୟୁନିଟ ପିଛା ୧୨ଟଙ୍କା ବୃଦ୍ଧି ପାଇଛି
• ବ୍ୟବସାୟୀଙ୍କୁ ମିଳୁଥିବା ସବ୍ସିଡି ଶେଷ କରାଯାଇଛି
• ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେବାରେ ଲାଗିଛି
• ମହଙ୍ଗା ଦର ୨୭ ପ୍ରତିଶତ ଟପିସାରିଛି
• ଡଲାର ତୁଳନାରେ ପାକିସ୍ତାନୀ ମୁଦ୍ରା ୨୫ ପ୍ରତିଶତ ହ୍ରାସ ପାଇଛି

ଦୟନୀୟ ଅବସ୍ଥା ଦେଇ ପାକିସ୍ତାନ ଗତି କରୁଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଇମ୍ରାନ କହୁଛନ୍ତି ଗୋଟେ କେଜି ଦେଶୀ ଘିଅ ଦାମ ୩୮୦ ଅରବ ଡଲାର ବଦଳରେ ଏବେ ୬ଶହ ଅରବ ଡଲାର ହୋଇଛି । ଇମ୍ରାନଙ୍କ ଏହି ଭିଡିଓ ବେଶ ଭାଇରାଲ ହେଉଛି । ଆସନ୍ତୁ ନଜର ପକାଇବା ମହଙ୍ଗା ମାଡ଼ରେ କିଭଳି ବେହାଲ ହୋଇଛି ପାକିସ୍ତାନ ।

ପାକିସ୍ତାନରେ ଦର ଆକାଶ ଛୁଆଁ
• ପେଟ୍ରୋଲ ଲିଟର ପିଛା ୨୮୦ ଟଙ୍କା
• ଡିଜେଲ ଲିଟର ପିଛା ୨୦୨ ଟଙ୍କା
• ୨୦ଦିନ ଭିତରେ ୫୭ଟଙ୍କା ବୃଦ୍ଧି
• ଗ୍ୟାସ ଦର ୧୧୨ ପ୍ରତିଶତ ବୃଦ୍ଧି
• ଅଟା କେଜି ୧୫୦ଟଙ୍କା
• ଚାଉଳ କେଜି ୩୦୦ ଟଙ୍କା
• କ୍ଷୀର ଲିଟର ୨୫୦ ଟଙ୍କା
• ଆଳୁ କେଜି ୯୦ ଟଙ୍କା
• ଟମାଟୋର କେଜି ୧୮୦ ଟଙ୍କା
• ଚିକେନ କେଜି ୧୦୦୦ ଟଙ୍କା