ରାଜଧାନୀକୁ ପୁଣି ଫେରିଛି ପଥ ଉତ୍ସବ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ଭୁବନେଶ୍ୱର ରାଜପଥ ।

103

କନକ ବ୍ୟୁରୋ: ରାଜଧାନୀକୁ ପୁଣି ଫେରିଲା ପଥ ଉତ୍ସବ । ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ୍ରୁ ରାମ ମନ୍ଦିର ପର୍ଯ୍ୟନ୍ତ ଚାଲିବ ପଥ ଉତ୍ସବ । ଦିନ ୯ଟା ୩୦ ପର୍ଯ୍ୟନ୍ତ ପଥ ଉତ୍ସବ ଚାଲିବ । ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ବଲିଉଡ୍ ଗାୟିକା ନିକିତା ଗାନ୍ଧୀ, ର୍ୟାପର ବିଗ୍ଡିଲ୍ ସହ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ନିଜର କମାଲ ଦେଖାଉଛନ୍ତି । ଖେଳକୁଦ ସାଙ୍ଗକୁ ଶୀତୁଆ ସକାଳରୁ ମଜା ନେଉଛନ୍ତି ସହରବାସୀ । ବିଏମସି ପକ୍ଷରୁ ଏଥର ତିନିଟି ଷ୍ଟେଜ କରାଯାଇଛି । ଗୋଟିଏ ରାମ ମନ୍ଦିର, ଗୋଟିଏ ମାଷ୍ଟରକ୍ୟାଂଟିନ୍ ରହିଛି । ଆଉ ଏକ ଷ୍ଟେଜ୍ରେ ଭୁବନେଶ୍ୱର ଟାଲେଣ୍ଟ ସୋ’ କରାଯାଉଛି ।