ସମୁଦ୍ର ମଝିରେ ଇସ୍ରାଇଲ ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା । ଆକ୍ରମଣ ପଛରେ ଇରାନର ହାତ ଥିବା କହିଲା ଆମେରିକା ।

163

କନକ ବ୍ୟୁରୋ: ଭାରତ ମହାସାଗରରେ ଇସ୍ରାଇଲ ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା । ଜାହାଜ ଏମଭି କେମ୍ ପ୍ଲୁଟୋ ଉପରେ ଆକ୍ରମଣ ନେଇ ବଡ଼ ଦାବି କରିଛି ଆମେରିକାର ପ୍ରତିରକ୍ଷା ବିଭାଗ । ସାଉଦି ଆରବରୁ ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା ପଛରେ ଇରାନର ହାତ ଥିବା କହିଛି ଆମେରିକା । ୟେମେନି ବିଦ୍ରୋହୀ ଗୋଷ୍ଠୀଙ୍କ ଦ୍ୱାରା ଏହି ଆକ୍ରମଣ କରାଯାଇଛି । ଏବଂ ଇରାନରୁ ଏହି ଡ୍ରୋନକୁ ଲଞ୍ଚ କରାଯାଇଥିବା ପେଣ୍ଟାଗନ କହିଛି ।

ଏହି ଡ୍ରୋନ ଆକ୍ରମଣ ପରେ ବିସ୍ଫୋରଣ ହେବା ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । କିନ୍ତୁ ଏଥିରେ କାହାର ମୃତ୍ୟୁ ହୋଇନାହିଁ । ଗୁଜରାଟର ପୋର ବନ୍ଦର ଠାରୁ ୨୧୭ନଟିକାଲ ମାଇଲ ଦୂରରେ ଏହି ଘଟଣା ଘଟିଛି । ଜାହାଜଟି ଅଶୌଧିତ ତୈଳ ନେଇ ମାଙ୍ଗାଲୁରୁ ଅଭିମୁଖେ ଆସୁଥିଲା । ଡ୍ରୋନ ଆକ୍ରମଣରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରାଯାଇଛି । ପେଂଟାଗନର ସୂଚନା ଅନୁସାରେ ୨୦୨୧ ପରେ ବାଣିଜ୍ୟିକ ଜାହାଜ ଉପରେ ଇରାନର ସପ୍ତମ ଆକ୍ରମଣ ।