ସ୍ୱାମୀଙ୍କୁ ସର୍ବସାଧାରଣରେ ଅପମାନିକ କଲେ ସ୍ତ୍ରୀଙ୍କୁ ଦିଆଯାଇପାରିବ ଛାଡପତ୍ର । ଦିଲ୍ଲୀ ହାଇକୋର୍ଟଙ୍କ ଶୁଣାଣି ।

254

କନକ ବ୍ୟୁରୋ: ଯଦି ସ୍ତ୍ରୀ ଜାଣିଶୁଣି ସ୍ୱାମୀଙ୍କୁ ଅପମାନ କରନ୍ତି , ସର୍ବ ସମକ୍ଷରେ ଅସମ୍ମାନ କରନ୍ତି, ତେବେ ଏହାକୁ ସହ୍ୟ କରିବାକୁ ସ୍ୱାମୀ ବାଧ୍ୟ ନୁହଁନ୍ତି । ଏଥିରେ ସ୍ୱାମୀ ଜଣକ ପ୍ରତିକ୍ରିୟା ପ୍ରକାଶ କରିପାରିବେ । ଏପରିକି ଆବଶ୍ୟକ ପଡିଲେ ସ୍ୱାମୀ ଜଣକ ସ୍ତ୍ରୀକୁ ଛାଡପତ୍ର ଦେଇପାରିବେ ବୋଲି ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।

କୋର୍ଟ କହିଛନ୍ତି ଯେ, ସ୍ୱାମୀଙ୍କୁ ସର୍ବସାଧାରଣରେ ଅପମାନ କରିବା ବା କଥାରେ ନିର୍ଯାତନା ଦେବା ଅତ୍ୟନ୍ତ ଲଜ୍ଜାଜନକ କଥା । ସ୍ୱାମୀଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିବା କିମ୍ବା ତାଙ୍କର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ଭଳି ଘଟଣା ଗ୍ରାହଣୀୟ ନୁହେଁ । ତେଣୁ ଏପରି ନିର୍ଯାତନା ନସହି ବରଂ ସ୍ୱାମୀ ସ୍ତ୍ରୀକୁ ଛାଡପତ୍ର ଦେଇପାରିବ ବୋଲି କହିଛନ୍ତି ଜଷ୍ଟିସ୍ ସୁରେଶ କୁମାର କୈତ ଏବଂ ନୀନା ବନସଲଙ୍କ ଖଣ୍ଡପୀଠ ।