ବିଜେଡିରୁ ଇସ୍ତଫା ଦେଲେ ପର୍ଶୁରାମ ଧଡା: ସୋରରୁ ପର୍ଶୁରାମଙ୍କ ସ୍ଥାନରେ ମାଧବ ଧଡାଙ୍କୁ ଟିକେଟ ଦେଇଛି ବିଜେଡି

575

କନକ ବ୍ୟୁରୋ: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ସୋର ବିଧାୟକ ପର୍ଶୁରାମ ଧଡା । ଦଳ ଟିକେଟ ନଦେବାରୁ ଇସ୍ତଫା ଦେଇଛନ୍ତି ପର୍ଶୁରାମ । ସୋରରୁ ମାଧବ ଧଡାଙ୍କୁ ଆଜି ଟିକେଟ ଦେଇଛି ବିଜେଡି । ଟିକେଟ ଘୋଷଣା ହେବାରୁ କିଛି ସମୟ ପରେ ସେ ଦଳ ଛାଡିଛନ୍ତି । ସୋରରୁ ଟିକେଟ ପାଇବା ନେଇ ପର୍ଶୁରାମ ଆଶାବାଦି ରହିଥିଲେ । ତେବେ ଦଳ ଛାଡିବା ପରେ ପର୍ଶୁରାମ କେଉଁ ଦଳକୁ ଯିବେ ତାକୁ ନେଇ ଚର୍ଚ୍ଚା ହେଉଛି ।