କଟିଲା ବିବାଦୀୟ ନେତାଙ୍କ ଟିକେଟ୍: ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସ, ମାହାଙ୍ଗାରୁ ପ୍ରତାପଙ୍କୁ ମିଳିଲାନି ଟିକେଟ

4,434

କନକ ବ୍ୟୁରୋ: ବିଜେଡି ଆଜି ଆଉ ୨୭ ବିଧାନସଭା ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତେବେ ଏହି ଘୋଷଣା ଭିତରେ ବିଜେଡିର ୨ ନେତାଙ୍କ ଟିକେଟ କଟିଛି । ମାହାଙ୍ଗାରୁ ପ୍ରତାପ ଜେନା ଓ ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସଙ୍କ ଟିକେଟ କଟିଛି । ତେବେ ପ୍ରତାପ ଜେନାଙ୍କ ସ୍ଥାନରେ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ ମିଳିଛି । ସେହିପରି ତିର୍ତ୍ତୋଲରେ ବିଜୟ ଶଙ୍କରଙ୍କ ଉପରେ ଆଉ ଭରସା କରିନି ଦଳ । ତାଙ୍କ ସ୍ଥାନରେ ରମାକାନ୍ତ ଭୋଇଙ୍କୁ ଦଳ ଟିକେଟ ଦେଇଛି ।

ଟିକେଟ କଟିଥିବା ବିଜେଡିର ଏହି ଦୁଇ ନେତା ବାରମ୍ବାର ବିବାଦରେ ରହି ଆସିଥିଲେ । ମାହାଙ୍ଗା ଡବଲ ମର୍ଡରରେ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ବାରମ୍ବାର ଅଭିଯୋଗ କରିଥିଲା ବିଜେପି । ଯେଉଁଥିପାଇଁ ସେ ବିବାଦରେ ରହିଥିଲେ । ସେହିପରି ବିଜୟ ଶଙ୍କର ଦାସଙ୍କ ତାଙ୍କ ବାନ୍ଧବୀଙ୍କ ସହ ବିବାଦ ମହଙ୍ଗା ପଡିଛି । ବିବାଦରେ ଚାଲିଆସିଥିବା ଏହି ନେତାଙ୍କୁ ବିଜେଡି ଭରସା କରିନି । ତେଣୁ ଦଳ ରମାକାନ୍ତ ଭୋଇଙ୍କୁ ଟିକେଟ ଦେଇଛି ।

ରମାକାନ୍ତ ଭୋଇ ୨୦୨୦ରେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ । ସେ ୨୦୧୪ ଓ ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ହେଲେ ବିଜେଡିରୁ ଟିକେଟ ପାଇବା ପରେ ଦଳ ତାଙ୍କୁ ଭରସା କରିଛି । ସେହିପରି ପ୍ରତାପ ଜେନାଙ୍କ ପୁଅ ରାଜନୀତିରେ ନୂଆ ଚେହେରା । ବିବାଦରେ ରହି ଆସିଥିବା ପ୍ରତାପଙ୍କୁ ଦଳ ଏଥର ଟିକେଟ ନଦେଇ ତାଙ୍କ ପୁଅକୁ ଟିତେଟ ଦେଇଛି । ତେବେ ଦେଖିବା ବାକି ରହିଲା ଏହି ୨ ଆସନରେ ବିଜେଡି ନୂଆ ଚେହେରା ଦେଇ ସଫଳ ହୋଇ ପାରୁଛି ନା ନାହିଁ ।