ପାରଳାଖେମୁଣ୍ଡି ଟାଉନ ହଲ ପାର୍କିଂ ସ୍ଥଳରେ ଜଳିଗଲା କାର : ୭ରୁ ୮ଟି କାର ଜଳିପୋଡ଼ି ପାଉଁଶ; ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ

45

କନକ ବ୍ୟୁରୋ : ଗଜପତି ପାରଳାଖେମୁଣ୍ଡି ଟାଉନ ହଲ ପାର୍କିଂ ସ୍ଥଳରେ ଜଳିଗଲା କାର । ପାର୍କିଂ ସ୍ଥାନରେ ଥିବା ପାୟ ୭ରୁ ୮ଟି କାର ଜଳିପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ରାତିରେ ନିଆଁକୁ ଆୟତ୍ତ କରିଛନ୍ତି ।

କିଏ ଓ କାହିଁକି ଏଭଳି ଅଗ୍ନିକାଣ୍ଡ ଘଟାଇଛି ତାହାର କାରଣ ଜଣାପଡ଼ିନାହିଁ । ପୌରପରିଷଦର ଟାଉନହଲ ଭିତରେ ଥିବା କାର ଗୁଡ଼ିକରେ କେମିତି ଲାଗିଲା ନିଆଁ ତାହା ସ୍ପଷ୍ଟ ହୋଇନାହିଁ । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ବେଳେ କେହି ଦୁର୍ବୁତ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି ।