ମା’ଙ୍କ ଚାକିତ୍ସା ପାଇଁ ପାଖରେ ନଥିଲା ଟଙ୍କାଟିଏ । ବଦଳିଲା ଭାଗ୍ୟ, ରାତାରାତି ହୋଇଗଲେ କୋଟିପତି

309

କନକ ବ୍ୟୁରୋ : ହିନ୍ଦିରେ ଏକ ଲୋକବାଣୀ ଅଛି ‘ଭଗବାନ ଯଭି ଦେତେ ହେଁ, ଛପର ଫାଡକେ ଜେତେ ହେଁ’ । ଠିକ୍ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଜମ୍ମୁ-କାଶ୍ମୀରରେ । ଦିନ ଥିଲା ଖର୍ଚ୍ଚ କରିବା ପାଇଁ ପାଖରେ ଟଙ୍କାଟିଏ ବି ନଥିଲା କିନ୍ତୁ ବର୍ତ୍ତମାନ ଯୁବକଙ୍କ ଭାଗ୍ୟ ବଦଳିଛି । ଆଉ ରାତାରାତି ଯୁବକ ଜଣକ କୋଟିପତି ହୋଇଯାଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଯୁବକ ୱାସିମ୍ ରାଜା ନିକଟରେ ଅନଲାଇନ୍ କ୍ରକେଟ୍ ପ୍ଲାଟଫର୍ମ ଡ୍ରିମ୍ ୧୧ରେ ଦୁଇ କୋଟି ଟଙ୍କାର ଲଟେରୀ ଜିତିଛନ୍ତି । ସେ ଶୋଇଥିବା ସମୟରେ ତାଙ୍କ ସାଙ୍ଗମାନେ ଏସମ୍ପର୍କରେ ଖବର ଦେଇଥିବା ବେଳେ ସେ ପ୍ରଥମେ ଏହାକୁ ମଜାକ୍ ଭାବେ ନେଇଥିଲେ । କିନ୍ତୁ ପରେ ଯେତେବେଳେ ସତକଥା ଜାଣିଥିଲେ ସେତେବେଳେ ସେ ନିଜକୁ ବିଶ୍ୱାସ କରିପାରିନଥିଲେ । ୱାସିଂ ନିଜର ରୋଗୀଣା ମାଆଙ୍କ ଚିକିତ୍ସା ପାଇଁ ଅର୍ଥ ଜୁଟାଇ ପାରୁନଥିଲା ବେଳେ ଅଚାନକ ତାଙ୍କ ଭାଗ୍ୟରେ ଦୁଇ କୋଟି ଆସିବା ଇଶ୍ୱରଙ୍କ ଇଛା ବୋଲି ସେ କହିଛନ୍ତି । ଏହି ଟଙ୍କାରେ ସେ ତାଙ୍କ ଅସୁସ୍ଥ ମାଆର ଚିକିତ୍ସା କରିବେ ବୋଲି କହିଛନ୍ତି ।