ସ୍ଥଗିତ ଥିବା ସ୍ଥାନରେ ମେ’ ୨୭ରେ ହେବ ପଞ୍ଚାୟତ ନିର୍ବାଚନ: ଏପ୍ରିଲ ୨୬ରେ ଜାରି ହେବ ବିଜ୍ଞାପନ

136

କନକ ବ୍ୟୁରୋ: ନିର୍ବାଚନ ସ୍ଥଗିତ ଥିବା ସ୍ଥାନରେ ମେ’ ୨୭ରେ ହେବ ପଞ୍ଚାୟତ ନିର୍ବାଚନ । ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ସ୍ଥଗିତ ରହିଥିଲା ନିର୍ବାଚନ । ଏନେଇ ଏପ୍ରିଲ ୨୬ରେ ବିଜ୍ଞାପନ ଜାରି ହେବ । ନିର୍ବାଚନ ହେବାକୁ ଥିବା ସ୍ଥାନରେ ଆଜିଠୁ ଆଚରଣ ବିଧି ଲାଗୁ । ପୂର୍ବରୁ ନାମାଙ୍କନ କରିଥିବା ପ୍ରାର୍ଥୀଙ୍କୁ ପୁଣି ନାମାଙ୍କନ କରିବାକୁ ପଡିବ ନାହିଁ ।

ସେହିପରି ଏପ୍ରିଲ ୨୯ରୁ ମେ ୫ ଯାଏଁ ନାମାଙ୍କନ ପତ୍ର ଦାଖଲ କରାଯିବ । ମେ ୪ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ, ମେ ୫ରେ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ କରାଯିବ । ମେ ୭ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଓ ଚୂଡାନ୍ତ ପ୍ରାର୍ଥୀ ପତ୍ର ପ୍ରକାଶ ପାଇବ । ଏହାପରେ ୨୭ ମେ ସକାଳ ୭ଟାରୁ ଦିନ ୧ଟା ଯାଏଁ ଭୋଟ ଗ୍ରହଣ ହେବ । ୨୮ ମେରେ ଭୋଟ ଗଣତି ହେବାକୁ ଥିବା ବେଳେ ମେ ୩୧ରେ ବିଜୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ।