ବୋଲଡୋଜର ପ୍ରେମରେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଗୁଜୁରାଟ ଗସ୍ତବେଳେ ଜେସିବି ଉପରେ ଚଢି ଉଠାଇଲେ ଫଟୋ

167

କନକ ବ୍ୟୁରୋ : ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଗୁରୁବାର ସକାଳେ ସେ ଗୁଜୁରାଟର ଅହମଦାବାଦ ଠାରେ ପହଂଚିବା ପରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କ୍ରମରେ ସେ ହଲୋଲର ଜେସିବି ଫ୍ୟାକ୍ଟ୍ରି ପରିଦର୍ଶନରେ ଯାଇଥିଲେ । ସେଠାରେ ବୋରିସ୍ ଏକ ଜେସିବି ଉପରେ ଚଢି ଉଠାଇଥିବା ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହାକୁ ନେଇ ଅନେକ ଲୋକ ଭିନ୍ନ ଭିନ୍ନ କମେଣ୍ଟମାନ ଦେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବୋରିସ କହିଛନ୍ତି କି, ବୋଲଡୋଜର ଉପରେ ଚଢିବା ତାଙ୍କ ପାଇଁ ଏକ ସୁନ୍ଦର ଅନୁଭୂତି ଥିଲା ଓ ଗୁଜୁରାଟ ଆସିବା ତାଙ୍କପାଇଁ ସୌଭାଗ୍ୟର କଥା ବୋଲି ସେ କହିଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ସେ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି । ଏହାସହ ଉଭୟଙ୍କ ମଧ୍ୟରେ ବାଣିଜ୍ୟ ସୁରକ୍ଷା ଓ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ସେ କହିଥିଲେ ।

ଏହାପୂର୍ବର ଭାରତ ପହଂଚିବାର କିଛି ସମୟ ମଧ୍ୟରେ ବୋରିସ ଏକ ଟ୍ୱିଟ କରି କହିଥିଲେ କି ଭାରତ ଆସି ତାଙ୍କୁ ଭଲ ଲାଗୁଛି । ଭାରତ ହେଉଛି ବିଶ୍ୱର ସବୁଠାର ୁ ବଡ ଲୋକତାନ୍ତ୍ରିକ ରାଷ୍ଟ୍ର । ଏହା ଉଭୟ ଦେଶ ମଧ୍ୟରେ ସଂପର୍କ ବୃଦ୍ଧି ନେଇ ସେ ଆଶାବାଦୀ ଥିବା କଥା କହିଛନ୍ତି ।