୧୫ଦିନ ହେଲା ଶହୱାଜ ସରକାର ଓ ପାକ୍ ସେନା ବିରୋଧରେ ଗିଲଗିତ ବାଲଟିସ୍ତାନରେ ବିକ୍ଷୋଭ । ଭାରତ ସହ ମିଶାଇବା ପାଇଁ ତେଜିଲା ଦାବି

145

କନକ ବ୍ୟୁରୋ : ପାକିସ୍ତାନରେ ଆର୍ଥିକ ସଂକଟ ଭିତରେ ଗିଲଗିଟ ବଲ୍ଟିସ୍ତାନର ଲୋକ ସରକାର ଓ ଆର୍ମି ବିରୋଧରେ ଗତ ୧୫ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରି ଆସୁଛନ୍ତି । ଏହାରି ଭିତରେ ସେମାନେ ଦାବି କରିଛନ୍ତି ଗିଲଗିଟ ବଲଟିିସ୍ତାନକୁ ଭାରତରେ ମିଶାଇ ଦିଆଯାଉ । ଭାରତରେ ମିଶିଗଲେ ହୁଏତ ଏଭଳି ଅନାହାରରେ ରହିବାକୁ ପଡିବ ନାହିଁ । ପାକିସ୍ତାନ ସରକାର ସେମାନଙ୍କ ସହ ଭେଦଭାବ କରୁଛି । ହେଲେ ଏବେ ସେମାନେ ଆଉ ପାକିସ୍ତାନ ସହ ଯୋଡି ହୋଇ ରହିବାକୁ ଚାହୁଁ ନାହାଁନ୍ତି । ଏହା କାଶ୍ମୀରର ସେହି ଅଂଚଳ ଯାହାକୁ ପାକିସ୍ତାନ ଦଖଲ କରି ରହିଛି । ଆଉ ଏଠାକାର ଲୋକଙ୍କ ସହ ପାକ୍ ସରକାର ଭେଦଭାବ କରୁଥିବାରୁ ଲୋକେ ପ୍ରଦର୍ଶନ କରୁଛନ୍ତି । ପାକିସ୍ତାନ ସେନା ଏହି ସ୍ତାନକୁ ଅକ୍ତିଆର କରିବା ପାଇଁ ଅନ୍ୟ ପ୍ରାନ୍ତରୁ ଲୋକଙ୍କୁ ଆଣି ଏଠି ରହିବାକୁ କହୁଛି । ପଂଜାବ, ଖୈବପର ପଖତୁନ୍ଖ୍ୱା ଅଂଚଳରୁ ଲୋକଙ୍କୁ ଆଣି ବେଲୁଚିସ୍ତାନରେ ବସା ଯାଉଛି । ଆଉ ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ସେନାକୁ ମୁତୟନ କରାଯାଉଛି । ଏହାକୁ ସ୍ଥାନୀୟ ବଲଟିସ୍ତାନ ଲୋକେ କରିଛନ୍ତି ବିରୋଧ । ଏହି ମାମଲାରେ ଭାରତର ହସ୍ତକ୍ଷେପ ପାଇଁ କଲେ ଅପିଲ୍ ।

ଭାରତ ସହ ମିଶିବାକୁ ଗିଲଗିଟ ବଲଟିସ୍ତାନର ଗୁହାରି
– ଆର୍ଥିକ ଓ ଖାଦ୍ୟ ସଂକଟ ଭିତରେ ଗିଲଗିତ ବେଲୁଚିସ୍ତାନରେ ବଢୁଛି ପ୍ରତିବାଦ
– ୧୫ ଦିନ ଧରି ଗିଲଗିଟ ବଲଟିସ୍ତାନରେ ଜାରି ରହିଛି ବିକ୍ଷୋଭ
– ପାକ୍ ସରକାର ଓ ସେନା ବିରୋଧରେ ଲୋକଙ୍କ ଆନ୍ଦୋଳନ ଜାରି ରହିଛି
– ପାକ୍ ସରକାର ଭେଦଭାବ କରୁଥିବା ଅଭିଯୋଗ ହୋଇଛି
– ଭାରତ ସହ ମିଶିବାକୁ ଗିଲଗିଟ ବଲଟିସ୍ତାନବାସୀ ଗୁହାରୀ କରିଛନ୍ତି
– ଲୋକଙ୍କ ଅଭିଯୋଗ ସେମାନଙ୍କ ଅଂଚଳକୁ ଦଖଲ କରୁଛି ସେନା
– ସ୍ଥାନୀୟ ଲୋକଙ୍କ ଜମିକୁ ଜୋର, ଜବରଦସ୍ତ ଦଖଲ କରୁଛି ପାକ୍ ଆର୍ମି
– ବିନା ରେଜିଷ୍ଟ୍ରେସନ୍ ଓ ଅର୍ଥରେ ଜମି ଦଖଲ କରୁଛି ସେନା
– ଜୋର ଜବରଦସ୍ତି ଲୋକଙ୍କ ଘର, ଜମି ଉପରେ ଦଖଲ କରାଯାଉଛି
– ପାକ୍ ସେନା ବିରୋଧରେ ଜାରି ରହିଛି ଲୋକଙ୍କ ବିକ୍ଷୋଭ
– ପ୍ରତିବାଦକୁ ବନ୍ଦ କରିବା ପାଇଁ ଲୋକଙ୍କ ଉପରେ ଗୁଳି ଚଳାଉଛନ୍ତି ସେନା କର୍ମଚାରୀ
– ମାମଲାରେ ଭାରତ ସରକାରଙ୍କ ହସ୍ତକ୍ଷେପ ପାଇଁ କଲେ ଅପିଲ
– କହିଲେ ଆମକୁ କାଶ୍ମୀର ସହ ମିଶାଇ ଦିଅ

ଗିଲଗିଟ ବାଲଟିସ୍ତାନର ସମସ୍ୟା
– ଗିଲଗିଟ ବାଲଟିସ୍ତାନ ପାକିସ୍ତାନ ଅଧିକୃତ କାଶ୍ମୀର ଅଂଚଳ
– ସ୍ୱାଧିନତା ପରେ ବାଲଟିସ୍ତାନକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିଲା
– ଏଠାରେ ବାହାରଲୋକ ଜମି କିଣିବା ଉପରେ କଟକଣା ରହିଥିଲା
– ୧୯୭୪ ମସିହାରେ ଏହି ନିୟମ ଉଠାଇଥିଲା ପାକିସ୍ତାନ
– ମୂଳ କାଶ୍ମୀରଙ୍କ ଏକତା ଭାଙ୍ଗିବାକୁ ପାକିସ୍ତାନ ଷଡଯନ୍ତ୍ର କରୁଛି
– ଗିଲଗିଟରେ ଅନ୍ୟ ସ୍ଥାନର ଲୋକଙ୍କୁ ଥଇଥାନ କରାଯାଉଛି
– ସେନା ଜୋର ଜବରଦସ୍ତ ଜମି ଦଖଲ କରୁଛି
– ବାଲଟିସ୍ତାନର ପାର୍ବତ୍ୟଅଂଚଳରେ ଅଛି ଖଣିଜ ସମ୍ପଦ
– ଚୀନର ‘ୱାନ ବେଲ୍ଟ ୱାନ ରୋଡ’ ଗିଲଗିଟ ଦେଇ ଯାଇଛି
– ଖଣିଜ ସମ୍ପଦ ଲୁଟ ପାଇଁ ଚୀନ, ପାକିସ୍ତାନର ଯୋଜନା କରୁଛି
– ସ୍ଥାନୀୟ ଲୋକଙ୍କ ସମ୍ପତି ହଡପ ଷଡଯନ୍ତ୍ର କରାଯାଉଛି

ଅଣଦେଖା କରୁଛି ପାକିସ୍ତାନ
– ଆର୍ଥିକ ମାଡରେ ବାଲଟିସ୍ତାନ ଲୋକଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି
– ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର କ୍ଷେତ୍ରରେ ପାକିସ୍ତାନର ପଛୁଆ ଅଂଚଳ ପାଲଟିଯାଇଛି
– ସର୍ବନିମ୍ନ ମୌଳିକ ସୁବିଧାରୁ ଲୋକେ ବଂଚିତ ହେଉଛନ୍ତି
– ପିଇବା ପାଣି, ବିଜୁଳି, ପକ୍କା ଘର, ଗ୍ୟାସ୍ ଯୋଗାଣ ସାତ ସପ ହୋଇଯାଇଛି
– ହକ୍ ମାଗିଲେ ମିଳୁଛି ସେନାର ଗୁଳି ଓ ଲାଠି ମାଡ
– ନିଜ ମାଟିରେ ପାକ୍ ସେନାର ଅତ୍ୟାଚାର ସହୁଛନ୍ତି ବାଲଟିସ୍ତାନବାସୀ
– ଭାରତ ସହ ବ୍ୟବସାୟ ଠପ୍ ପରେ ବାଲଟିସ୍ତାନବାସୀ ପ୍ରଭାବିତ
– ପାକିସ୍ତାନ ସରକାର ଅନ୍ୟାୟ କରୁଥିବା ସ୍ଥାନିୟ ଲୋକଙ୍କ ଅଭିଯୋଗ
– ବାଲଟିସ୍ତାନରେ ବେଆଇନ ଟିକସ ଆଦାୟ କରୁଛି ସେନା
– ଖାଦ୍ୟ ଯୋଗାଣରେ ଭେଦଭାବ କରୁଛି ଶହବାଜ ସରକାର