ନୂଆ ବର୍ଷ ୨୦୨୪ ପାଳିବ ନାହିଁ ପାକିସ୍ତାନ । ପାକିସ୍ତାନବାସୀଙ୍କୁ ନୂଆବର୍ଷ ପାଳନ ନକରିବାକୁ ଅନୱାର୍ଲ ହକ୍ କକରଙ୍କ ଅପିଲ ।

590

କନକ ବ୍ୟୁରୋ: ପାକିସ୍ତାନ ପାଳିବ ନାହିଁ ନୂଆ ବର୍ଷ ୨୦୨୪ । ଆର୍ଥିକ ସଙ୍କଟରେ ପଡିଥିବା ପାକିସ୍ତାନବାସୀଙ୍କୁ ନୂଆବର୍ଷ ପାଳନ ନକରିବାକୁ କାମଚଳା ପ୍ରଧାନମନ୍ତ୍ରୀ ଅନୱାର୍ଲ ହକ୍ କକର କହିଛନ୍ତି । ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ପାକିସ୍ତାନରେ ନୂଆବର୍ଷ ପାଈଁ କୌଣସି ପ୍ରକାରର କାର୍ଯ୍ୟକ୍ରମକୁ ବ୍ୟାନ୍ କରାଯାଇଛି ।

ଏକ ଭିଡିଓ ମେସେଜରେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ କହିଛନ୍ତି. ପାଲେଷ୍ଟାଇନ ଉପରେ ହୋଇଥିବା ଆକ୍ରମଣ ମୁସଲିମ ଭାଇଚାରାକୁ ଦୁଃଖ ପହଞ୍ଚାଇଛି । ଗାଜାରେ ନିରୀହ ଶିଶୁଙ୍କ ଗଣହତ୍ୟା କରାଯାଉଛି । ୯ ହଜାର ନିରୀହ ଶିଶୁଙ୍କ ସମେତ ୨୧ ହଜାରରୁ ଅଧିକ ପାଲେଷ୍ଟାଇନଙ୍କୁ ହତ୍ୟା କରାଯାଇଛି । ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀପୂର୍ବକ ନୂଆ ବର୍ଷ ଉସବ ପାଳନ ନକରିବାକୁ କହିଛନ୍ତି ଅନୱାର୍ଲ ହକ୍ କକର । କିନ୍ତୁ ପାକିସ୍ତାନରେ ଆର୍ଥିକ ସ୍ଥିତି ଜଟିଳ ଥିବାରୁ ନୂଆବର୍ଷ ପାଳନ ଉତ୍ସବରେ ଅନାବଶ୍ୟକ ଖର୍ଚ୍ଚ ବଂଚାଇବାକୁ ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଉଛି ।