୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ ରାଜ୍ୟ ବିଜେପି । ଆଜି ପଦାଧିକାରୀ , ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କୁ ନେଇ ୩ ଦିନିଆ ବୈଠକ ।

104

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ ଓଡ଼ିଶା ବିଜେପି । ସେଥିପାଇଁ ବିଜେପିର କେନ୍ଦ୍ରୀୟ ନେତାମାନେ ଓଡ଼ିଶାରେ ପହଂଚିଛନ୍ତି । ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ଓଡ଼ିଶାରେ ଅଛନ୍ତି । ଗତକାଲି ବିଜେପିର ସମନ୍ୱୟ ବେଠକ ବସିଥିଲା । ଆଜି ପଦାଧିକାରୀ , ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କୁ ନେଇ ବୈଠକ ହେବ ।

ସେହିପରି ରବିବାର ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ହେଇଥିବା ନିଷ୍ପତ୍ତି ଗ୍ରାଉଣ୍ଡରେ ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତ କରିବ ଭାରତୀୟ ଜନତା ପାର୍ଟି । ତେବେ କିପରି ୫୦ ପ୍ରତିଶତ ଭୋଟ ପ୍ରତି ବ୍ଲକରୁ ଆସିବ ତାକୁ ନେଇ ମାନସ ମନ୍ଥନ କରିବ ଦଳ । ମଧ୍ୟପ୍ରଦେଶ, ଛତିିଶଗଡ ଓ ରାଜସ୍ତାନରେ ଆଗୁଆ ପ୍ରାର୍ଥୀ ଘୋଷଣା କରି ସଫଳତା ପାଇବା ପରେ ଓଡିଶାରେ ବି ବିଜେପିି ସମାନ ଫର୍ମୁଲା ଆପଣାଇବ ବୋଲି କୁହାଯାଉଛି । ଜାନୁଆରୀରେ ଜାନୁଆରୀ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବୋଲି ଆଲୋଚନା ହେଉଛି । ତେବେ ଆଗୁଆ ପ୍ରାର୍ଥୀ ଘୋଷଣା ସମ୍ଭବନା ଥିବା କହି ଚର୍ଚ୍ଚର୍ାକୁ ଖୋରାକ ଯୋଗାଇଛନ୍ତି, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।