ନିର୍ବାଚନ ସରିବାର ୩ ଦିନ ପରେ କିଏ ଗଢିବ ସରକାର ତାକୁ ନେଇ ଦ୍ୱନ୍ଦ । ସର୍ବାଧିକ ଆସନରେ ବିଜୟୀ ହୋଇଛନ୍ତି ଇମ୍ରାନଙ୍କ ସମର୍ଥିତ ପ୍ରାର୍ଥୀ

147

କନକ ବ୍ୟୁରୋ : ପାକିସ୍ତାନରେ ନିର୍ବାଚନ ସରିବାର ତିନି ଦିନ ବିତିଲାଣି କିନ୍ତୁ କିଏ ସରକାର ଗଢିବ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗିରହିଛି । ଉଭୟ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ୍ ଲିଗ୍ ଦଳ ଏବଂ ଇମ୍ରାନ ଖାନଙ୍କ ତେହେରିକ-ଏ-ଇନସାଫ(ପିଟିଆଇ ଦଳ ସରକାର ଗଢିବାକୁ ଦାବି କରିଛନ୍ତି । ପାକିସ୍ତାନରେ ମୋଟ ୨୬୫ ଆସନରୁ ୨୫୭ ଆସନର ଫଳାଫଳ ଆସିଛି । ଆହୁରୀ ୮ ଟି ଆସନର ଫଳାଫଳ ଆସିବାର ଅଛି । ସେଥିରୁୁ ପିଟିଆଇ ସର୍ବାଧିକ ୧୦୨ ଆସନ ଜିତିଥିôବା ବେଳେ ପାକିସ୍ତାନ ମୁସଲିମ୍ ଲିଗ୍ ୭୩ ଟି ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ୫୪ଟି ଆସନରେ ବିଜୟୀ ହୋଇଛନ୍ତି । କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିନଥିବା ବେଳେ ସରକାର ଗଢିବାକୁ ହାତ ମିଳାଇଛନ୍ତି ପାକିସ୍ତାନ ମୁସଲିମ୍ ଲିଗ୍ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି । ହେଲେ ଉଭୟଙ୍କ ଆସନ ସଂଖ୍ୟା ମ୍ୟାଜିକ ନମ୍ବରଠୁ ପଛରେ ରହିଯାଇଛି । ସରକାର ଗଢିବାକୁ ୧୩୪ ଆସନର ଆବଶ୍ୟକତା ଥିବା ବେଳେ ସେମାନଙ୍କୁ ଆଉ ୭ ଆସନର ଆବଶ୍ୟକତା ରହିଛି । ସେପଟେ ପିଟିଆଇକୁ ସରକାର ଗଢିବାକୁ ଆଉ ୩୧ ଆସନର ଆବଶ୍ୟକତା ରହିଛି । ଯେହେତୁ ପାକିସ୍ତାନ ମୁସଲିମ୍ ଲିଗ୍କୁ ପାକିସ୍ତାନ ଆର୍ମିର ସମର୍ଥନ ରହିଛି ତେଣୁ ସେମାନେ ସରକାର ଗଢିବାର ଅଧିକ ସୁଯୋଗ ରହିଛି । କିନ୍ତୁ ଏହି ତିନି ଦଳଙ୍କୁ ଛାଡି ୩୬ ଆସନରେ ବଜୟୀ ହୋଇଥିବା ସ୍ୱାଧୀନ ଏବଂ ଛୋଟ ଦଳଗୁଡିକର ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକା ନିଭାଇପାରନ୍ତି । ସେପଟେ ୮ ଟି ଆସନରେ ଫଳାଫଳ ଆସିବାର ଅଛି । ତେବେ ରାଷ୍ଟ୍ରପତି ପ୍ରଥମେ କେଉଁ ଦଳକୁ ସରକାର ଗଢିବାକୁ ନିମନ୍ତ୍ରଣ କରିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏହାରି ଭିତରେ ଇମ୍ରାନଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ହେରଫେର କରାଯାଇଥିବା ଅଭିଯୋଗ ଆଣି କୋର୍ଟ ଯାଇଛନ୍ତି । ସେପଟେ ଜେଲରେ ଥିବା ଇମ୍ରାନ ଖାନଙ୍କୁ ୧୩ ମାମଲାରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଆର୍ଥିକ ସଙ୍କଟରେ ଫସିଥିବା ପାକିସ୍ତାନର ରାଜୈନିତ ସଙ୍କଟ ଦେଶବାସୀଙ୍କୁ ଚିନ୍ତାରେ ପକାଇଦେଇଛି ।