ଅନୁଗୁଳର ପୁଅ ଉପରେ ଅଟକିଗଲା ମୋଦିଙ୍କ ଆଖି । ଟ୍ୱିଟ୍ କରି କ’ଣ କହିଲେ ମୋଦି ପଢ଼ନ୍ତୁ…

652

କନକ ବ୍ୟୁରୋ: ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଯେବେ ଯେବେ ଆସନ୍ତି କିଛି ନା କିଛି ସ୍ମରଣୀୟ ମୁହୂର୍ତ୍ତକୁ ସୋସିଆଲ ମିଡ଼ିଆରେ ପରିପ୍ରକାଶ କରନ୍ତି । ଠିକ୍ ସେହିଭଳି, ପ୍ରଧାନମନ୍ତ୍ରୀ ମୋଦି ଆଜି ଓଡ଼ିଶାର ଅନୁଗୁଳରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ବିଜେପିର ଏହି ବିଶାଳ ଜନସଭା ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଖି ଅଟକିଯାଇଥିଲା ଓଡ଼ିଆ ପୁଅ ଅଂଶୁମାନ ମହାନ୍ତିଙ୍କ ଉପରେ । ଦିବ୍ୟାଙ୍ଗ ଅଂଶୁମାନ ନିଜ ହ୍ୱିଲ ଚେୟାରରେ ବସି ମୋଦିଙ୍କ ଭାଷଣ ଶୁଣିଥିଲେ । ଏତେ ଭିଡ଼ ଭିତରେ ମୋଦିଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା ଯାହାକୁ ସେ ନିଜ ଟ୍ୱିଟରେ ପରିପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଆ ପୁଅ ଅଂଶୁମାନର ପ୍ରଶଂସା କରି ଟ୍ୱିଟରେ ଲେଖିଛନ୍ତି ଯେ, ସମଗ୍ର ଭାରତରେ ଆୟୋଜିତ ରାଲିରେ ସବୁ ବର୍ଗର ଲୋକ ମୋତେ ଆଶୀର୍ବାଦ ଦେବାକୁ ଆସିବା ଅତ୍ୟନ୍ତ ସନ୍ତୋଷଜନକ । ଢେଙ୍କାନାଳରେ ଅନୁଗୁଳର ଯୁବକ ଅଂଶୁମାନ ମହାପାତ୍ର ଯୋଗ ଦେଇଥିଲେ । ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଓ ପ୍ରବଳ ଗରମ ସତ୍ତ୍ୱେ ସେ ରାଲିକୁ ଆସିଥିଲେ । ଏହି ସ୍ନେହ ପାଇଁ ମୁଁ କୃତଜ୍ଞ ଏବଂ ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ମୋତେ ଆହୁରି କଠିନ ପରିଶ୍ରମ କରିବାକୁ ଏହା ପ୍ରୋତ୍ସାହିତ କରେ ।