ଭୟଙ୍କର ସ୍ଥିତି ଆଣିଛି ଲିଙ୍ଗ ନିରୂପଣ । କଟକରେ ୧ ହଜାର ପୁଅରେ ମାତ୍ର ୭୪୫ ଝିଅ

348

କନକ ବ୍ୟୁରୋ : ଓଡିଶାର ସ୍ୱାସ୍ଥ୍ୟ ରାଜଧାନୀ କହିଲେ କଟକକୁ ବୁଝାଏ । କିନ୍ତୁ କଟକରେ ଚାଲିଥିବା ବେଆଇନ ଲିଙ୍ଗ ନିରୂପଣ କେନ୍ଦ୍ରର ପ୍ରଭାବ କେତେ ଭୟଙ୍କର ହୋଇପାରେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏନଏଫଏସର ତଥ୍ୟ ଅନୁସାରେ ପୁଅଙ୍କ ତୁଳନାରେ କମ୍ ଝିଅ ଥିବା ଜିଲ୍ଲା ମଧ୍ୟରେ କଟକ ସବୁଠୁ ତଳେ ରହିଛି । କଟକରେ ହଜାରେ ପୁଅରେ ମାତ୍ର ୭୪୫ ଝିଅ ଅଛନ୍ତି । କିନ୍ତୁ ନବରଂଗପୁର, କୋରାପୁଟ, ନୂଆପଡା ଭଳି ଉପାନ୍ତ ଜିଲ୍ଲାରେ ପୁଅ ତୁଳନାରେ ଝିଅଙ୍କ ସଂଖ୍ୟା ଅଧିକ ରହିଛି । ଏଭଳି ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସାମାଜିକ କର୍ମୀ ।

କଟକରେ ଝିଅଙ୍କ ସଂଖ୍ୟା କମ୍ ପଛରେ ମଧ୍ୟଯୁଗୀୟ ମାନସିକତା ଓ ବେଆଇନ ଲିଙ୍ଗ ନିରୂପଣ ମୁଖ୍ୟକୁ ଦାୟୀ କରିଛନ୍ତି ବରିଷ୍ଠ ଚିକିତ୍ସକ । ବାରମ୍ବାର ଚଢ଼ାଉ ପରେ ବି କଟକରେ ବେଆଇନ ଲିଙ୍ଗ ନିରୂପଣ କେନ୍ଦ୍ର ବନ୍ଦ ନହେବା, ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା କମିବା ସ୍ୱାସ୍ଥ୍ୟ ବିଭାଗର ଭୂମିକା ପ୍ରତି ଅଂଗୁଳି ନିର୍ଦ୍ଦେଶ କରୁଛି ।