ଲିଭ ଇନ୍ ରିଲେସନସିପର କରୁଣ କାହାଣୀ, ୫ବର୍ଷର ସମ୍ପର୍କରେ ଧୋକା ଦେଲା ପ୍ରେମିକ

354

କନକ ବ୍ୟୁରୋ : ନିକି ଓ ସାହିଲଙ୍କ ଫଟୋ ଏବେ ସମସ୍ତଙ୍କୁ ଚକିତ କରିଛି । ସୋସିଆଲ ମିଡିଆରେ ନିକି ଓ ସାହିଲଙ୍କର କିଛି ଫଟୋ ଦେଖିବା ପରେ ଅନୁମାନ କରାଯାଉଛି କି ସେମାନେ ବି ନିଜ ସଂପର୍କକୁ ନେଇ ବେଶ୍ ଖୁସିରେ ଥିଲେ । ୫ବର୍ଷର ସମ୍ପର୍କରେ ଅନେକ ସ୍ୱପ୍ନ ମଧ୍ୟ ଦେଖିଥିଲେ । ହୁଏତ ବାହାଘର, ପରିବାର ଏମିତି କେତେ କଥା ଯୋଜନା କରିଥିବେ ନିକି । ଯେଉଁ ଦିନ ନିକିକୁ ହତ୍ୟା କରିଥିଲା ପିଶାଚ ପ୍ରେମିକ ସାହିଲ ଠିକ ସେହିଦିନ ସଂଧ୍ୟାରେ ଅନ୍ୟତ୍ର ବିବାହ ମଧ୍ୟ କରିିଥିଲା । ଏହି ବୀଭତ୍ସ ହତ୍ୟା ଘଟଣା ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଛି ଦିଲ୍ଲୀ ପୁଲିସ ।
ପ୍ରେମ, ପ୍ରତାରଣା ଓ ହତ୍ୟା

• ଫେବ୍ରୁଆରୀ ୯ ତାରିଖ । ସାହିଲଙ୍କ ନିର୍ବନ୍ଧ ସମ୍ବନ୍ଧରେ ନିକି ଜାଣିବାକୁ ପାଆନ୍ତି ଓ ସାହିଲ ଓ ନିକି ମଧ୍ୟରେ ପ୍ର୍ରବଳ ଝଗଡ଼ା ହୁଏ ।
• ସେହିଦିନ ରାତିରେ ନିକିଙ୍କ ଘରକୁ ଆସେ ସାହିଲ ଓ ଉଭୟ ସାହିଲଙ୍କ ସମ୍ପର୍କୀୟ ଭାଇର କାରରେ ବାହାରକୁ ଚାଲି ଯାଆନ୍ତି
• ନିକି ଓ ସାହିଲ ରାତି ତମାମ ଦିଲ୍ଲୀର ନିଜାମୁଦ୍ଧିନ ଓ ଅନେକ ସ୍ଥାନ ଘୁରିବୁଲନ୍ତି
• ନିକି ସହ ଥିବା ସମୟରେ ସାହିଲଙ୍କୁ ଘର ଲୋକ ଘନ ଘନ କଲ କରନ୍ତି । କାରଣ ସେଦିନି ଥାଏ ସାହିଲଙ୍କ ବାହାଘର । ଏକଥା ଜାଣିବା ପରେ ଝଗଡ଼ା ଉଗ୍ର ରୂପ ନିଏ ।
• ୧୦ ତାରିଖ ସକାଳ ୯ଟା ସମୟ । କାର ଭିତରେ କେବୁଲ ତାରରେ ନିକିଙ୍କ ଗଳା ଚିପି ହତ୍ୟା କରେ ସାହିଲ
• ହତ୍ୟା କରିବା ପରେ ୪୦ କିଲୋମିଟର ପର୍ଯ୍ୟନ୍ତ କାର ଧରି ଦିଲ୍ଲୀର ବିଭିନ୍ନ ସ୍ଥାନ ଘୁରିବୁଲେ ସାହିଲ
• ଦିଲ୍ଲୀଠୁ କିଛି ଦୂରରେ ଥିବା ଢାବା ନିକଟରେ ସାହିଲ ପହଁଚେ ଓ ଶବକୁ ସେଠାରେ ରଖି ଘରକୁ ଚାଲିିଯାଏ
• ଘରକୁ ପହଁଚି ମଦୋତ୍ରୀ ଗାଁକୁ ଯାଏ ସାହିଲ ଓ ବିବାହ କରେ
• ଫେବ୍ରୁଆରୀ ୧୧ ରାତି ୧ଟା ସମୟରେ ସ୍ତ୍ରୀକୁ ନେଇ ଘରକୁ ଫେରେ ସାହିଲ
• ସମସ୍ତେ ଶୋଇଯିବା ପରେ ପୁଣି ଢାବାକୁ ଯାଏ ଓ ନିକିଙ୍କ ଶବକୁ ଫ୍ରିଜ୍ରେ ରଖେ ସାହିଲ
• ନିକିିର ଫୋନ ସମସ୍ତ ମେଜେସ କଲ ଡାଟା ଡିଲେଟ କରିବା ସହ ଫୋନକୁ ନଷ୍ଟ କରି ସୁଇଚ ଅଫ କରିଦିଏ ଅପରାଧୀ

ଘଟଣା ପରେ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ଦିଲ୍ଲୀ ମହିଳା କମିଶନ । ଦିନକୁ ଦିନ ଦିଲ୍ଲୀରେ ଅପରାଧ ବଢୁଛି ଓ ଏହାକୁ କିଭଳି ରୋକାଯିବ ଏନେଇ କଡ଼ା ନିୟମ ଆଣିବାକୁ କମିଶନ ଚିଠିରେ କହିଛି । ସେପଟେ ଦୋଷୀକୁ କଡ଼ା ଦଣ୍ଡ ଦେବାକୁ ଦାବି କରିଛନ୍ତି ନିକିଙ୍କ ପରିବାର ।

ପୁଲିସ ଗିରଫ ଏବେ ଅପରାଧୀ । ସାହିଲ ଗେହଲଟକୁ ହରିଆଣା ଜାଝର ଜେଲକୁ ୫ଦିନିଆ ରିମାଣ୍ଡରେ ପଠାଯାଇଛି । ତେବେ ଦିଲ୍ଲୀ ଏଭଳି ଘଟଣା ବାରମ୍ବର ଘଟୁଥିବାବେଳେ ଏନେଇ ଅନେକ ପ୍ରଶ୍ନ ଉଠୁଛି । ଶ୍ରଦ୍ଧା-ଅଫତାବ ମାମଲା ହେଉ କି ନିକି-ସାହିଲ ହତ୍ୟା ଘଟଣା । ଏହା ପାଇଁ ପ୍ରକୃତରେ ଲିଭ ଇନ ରିଲେସନ ସିପ ଦାୟୀ ନା ଦିଲ୍ଲୀରେ ବଢୁଥିବା ଅପରାଧିକ ମାହୋଲ ଦାୟୀ । ଏକଥାର ଜବାବ କିଏ ଦେବ?ସମାଧାନ ମିଳିବ କେବେ ?