ନିଆଁ ପାଟିରେ ସ୍ୱାହା ହେଲା ଲକ୍ଷ ଲକ୍ଷ ଟଙ୍କାର ଅମଳ ଧାନ । ପାଉଁଶ ହେଲା  ଚାଷୀର ବର୍ଷକର ପରିଶ୍ରମ । ବୈପାରିଗୁଡ଼ା ପଡାପଦରର ଘଟଣା । 

164

କନକ ବ୍ୟୁରୋ: ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଅମଳ ଧାନ । ନିଆଁରେ ପୋଡ଼ି ପାଉଁଶ ହୋଇଗଲା ଚାଷୀର ବର୍ଷକର ପରିଶ୍ରମ । ୮ ଏକର ଜମିରୁ ଅମଳ ହୋଇଥିବା ଧାନ ଗଦାରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ଆଉ ଏବେ ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ପଡ଼ିଛନ୍ତି କୋରାପୁଟ ବୈପାରିଗୁଡ଼ା ଥାନା ଅନ୍ତର୍ଗତ ପଡ଼ାପଦର ଗାଁର ଚକ୍ର ସାନ୍ତା ।

ଧାନ ଅମଳ ପରେ ଖଳାରେ ଗଦା କରି ରଖିଥିଲେ ଚକ୍ର ସାନ୍ତା । ଗତକାଲି କୌଣସି କାରଣରୁ ଖଳାରେ ନିଆଁ ଲାଗିଯାଇଥିବା ବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଥିଲେ । ୩ ଘଂଟା କାଳ ପରିଶ୍ରମ କରି ନିଅାଁକୁ ଆୟତ କରିଥିଲେ ଅଗ୍ନିଶମ ବାହିନୀ । ତେବେ କ୍ଷତିପୂରଣ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଚାଷୀ ଚକ୍ର ସାନ୍ତା ।