ସ୍ୱାମୀ, ସ୍ତ୍ରୀଙ୍କ କଳିରେ ବଳି ପଡିଲେ ପଡୋଶୀ । ଝଗଡା ରୋକିବାରୁ ପିଟି ପିଟି ହତ୍ୟା କଲେ

473

କନକ ବ୍ୟୁରୋ: ସ୍ୱାମୀ-ସ୍ତ୍ରୀଙ୍କ କଳିକୁ ନେଇ ପ୍ରତିବାଦ କରିବାରୁ ଠେଙ୍ଗାରେ ପିଟି ପିଟି ହତ୍ୟା । କାମାକ୍ଷାନଗର ଥାନା ବାଉଁଶପାଳ ଶବର ସାହିରେ ଜଘନ୍ୟ ହତ୍ୟାକାଣ୍ଡ ।

ସୂଚନା ଅନୁସାରେ ଖବାର ଅଂଚଳର ନିର ଭୂତିଆ ବାଉଁଶପାଳ ନିଜ ଶ୍ୱଶୁର ଘରେ ରହୁଥଲେ । ଏହି ସମୟରେ ସେ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଲାଗିଥିଲା । ହେଲେ ଏହି କଳି ବଢ଼ି ଚାଲିଥିବା ବେଳେ ପଡୋଶୀ ରୋହିତ ପ୍ରଧାନ କାହିଁକି ଝଗଡ଼ା କରୁଛ ବୋଲି ପଚାରିଥିଲେ । ହେଲେ ଏତିକିରେ ନିର ଉତ୍ୟକ୍ତ ହୋଇପଡ଼ିଥିଲେ ଓ ତାଙ୍କୁ ଆକ୍ରମଣ କରିଥିଲେ । ରୋହିତଙ୍କୁ ଠେଙ୍ଗାରେ ଆକ୍ରମଣ କରିବା ସହ ପିଟି ଚାଲିଥିଲେ ନିର । ଏତିକିରେ ରୋହିତ ଗୁରୁତର ହେବା ପରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାଲିସ୍ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ ।