କନକ ବ୍ୟୁରୋ : ସୀମା ସେପାରିରୁ ଭାରତକୁ ଆସିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ । ଅଖନୁର ସେକ୍ଟରରେ ୪ ଜଣ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଭାରତୀୟ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା । ବାକି ୩ ଆତଙ୍କବାଦୀ ଆଗକୁ ନ ବଢି ନିଜ ସାଥୀ ଆତଙ୍କବାଦୀଙ୍କ ମୃତଦେହ ଧରି ପୁଣିଥରେ ପାକିସ୍ତାନକୁ ଫେରି ଯାଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ସେନା ପକ୍ଷରୁ ଏକ ଟ୍ୱିଟ୍ କରି କୁହାଯାଇଛି ଯେ, ଖୋର, ଅଖନୁର ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶକୁ ପଣ୍ଡ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଆତଙ୍କବାଦୀଙ୍କ ଗତିବିଧି ବାବଦରେ ଜାଣିବାକୁ ମିଳିଥିଲା । ଫଳରେ ଭାରତୀୟ ଯବାନ ମାନେ ଆଗୁଆ ସତର୍କ ହୋଇଯାଇଥିଲେ । ଆତଙ୍କବାଦୀ ମାନେ ଅନୁପ୍ରବେଶ କରିବା ମାତ୍ରେ ଆଖିବୁଜା ଗୁଳିଚାଳନା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୩ ଆତଙ୍କବାଦୀ ମୃତ ସାଥୀଙ୍କ ମରଶରୀରକୁ ଧରି ଅନ୍ତର୍ଜାତୀୟ ସୀମାରେ ଯାଉଥିବାର ଦେଖିବାକୁ ମିଳିଥିଲା ।
ସେହିଭଳି ପୁଞ୍ଝରେ ୩ ଜଣ ଲୋକଙ୍କର ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଛି । ପୋଲିସ ଏହି ଘଟଣାର ଯାଞ୍ଚ କରୁଥିବା ବେଳେ ଉଭୟ ପୁଞ୍ଝ ଓ ରାଜୌରୀରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ଏହାପୂର୍ବରୁ ପୁଞ୍ଝରେ ଆତଙ୍କବାଦୀ ଆକ୍ରମଣରେ ୪ ଜଣ ଯବାନ ସହିଦ ହୋଇଥିଲେ । ଏହାପରେ ଆତଙ୍କବାଦୀଙ୍କୁ ଧରିବାକୁ ସେନା ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି । ପାହାଡ ଉପରୁ ରହି ସେନା ଯବାନଙ୍କ ଉପରେ ଗୁଳିମାଡ କରିଥିଲେ ଆତଙ୍କବାଦୀ । ସେନା ପକ୍ଷରୁ ପ୍ରତି ଆକ୍ରମଣ କରାଯାଇଥିଲେ ମଧ୍ୟ ଆତଙ୍କବାଦୀ ମାନେ ପଳାୟନ କରିବାରେ ସଫଳ ହୋଇଥିଲେ ।