୧୦ ଦଫା ଦାବି : ରାଜଧାନୀରେ ଆନ୍ଦୋଳନରେ ଆଉଟସୋର୍ସିଂ କର୍ମଚାରୀ

127

କନକ ବ୍ୟୁରୋ : ରାଜଧାନୀରେ ଆନ୍ଦୋଳନରେ ବସିଛନ୍ତି ଆଉଟସୋର୍ସିଂ କର୍ମଚାରୀ । ଶନିବାରଠୁ ଆନ୍ଦୋଳନରେ ବସିଛନ୍ତି । ହେଲେ ଏଯାବତ ତାଙ୍କର ଦାବି ପୂରଣ ହୋଇନାହିଁ । ୧୦ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ଆନ୍ଦୋଳନ ଚଳାଇଛନ୍ତି । ସରକାରୀ ସ୍ତରରେ ଆଲୋଚନା ପାଇଁ ବ୍ୟବସ୍ଥା କରାଯାଇ ନଥିବାରୁ ଆଜିଠୁ ମହାସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ ବୋଲି ନିଷ୍ପତ୍ତି ନେଇଛି ।

ଗ୍ରୁପ୍-ବି, ସି ଓ ଡିରେ ଖାଲିଥିବା ମୋଟ ୨ଲକ୍ଷ ୩୦ ହଜାର ପଦରେ ଆଉଟସୋର୍ସି କର୍ମଚାରୀମାନଙ୍କୁ ନିୟମିତ ନିଯୁକ୍ତି, ନିୟମିତ ଆଦେଶ ବାହାରିବା ପର୍ଯ୍ୟନ୍ତ ଚାକିରି ନିରାପତା ଓ ଦରମା ବୃଦ୍ଧି, ଛଟେଇ କର୍ମଚାରୀଙ୍କୁ ପୁନଃନିଯୁକ୍ତି ପାଇଁ ମହାସଂଘ ପକ୍ଷରୁ ଦାବି କରାଯାଇଛି । ରବିବାର ଆନ୍ଦୋଳନ ବେଳେ ୨୧ଜଣ ଆନ୍ଦୋଳନକାରୀ ଅଚେତ ହୋଇପଡ଼ିଥିଲେ । ପ୍ରବଳ ଖରା ଓ ଗରମ ଯୋଗୁଁ ସେମାନେ ଅଚେତ ହୋଇପଡ଼ିଥିଲେ ବୋଲି କୁହାଯାଉଛି ।