ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ କଂଗ୍ରେସର ପ୍ରତିବାଦ । କଳା ପୋଷାକ ପିନ୍ଧି ବିଧାୟକ ଆସିଲେ ବିଧାନସଭା, ହୋ-ହଲ୍ଲା କରିବାରୁ ଗୃହ ୪ଟା ଯାଏଁ ମୁଲତବି ।

137

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କସଦସ୍ୟତା ରଦ୍ଦ ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସର ପ୍ରତିବାଦ । ଗୃହକୁ କଳା ପୋଷାକ ପିନ୍ଧି ଆସି ପ୍ରତିବାଦ ଜଣାଇଲେ କଂଗ୍ରେସ ବିଧାୟକ । ଗୃହ ଭିତରେ କଂଗ୍ରେସ ବିଧାୟକଙ୍କ ନାରାବାଜି ଓ ହୋ-ହଲ୍ଲା । ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକ ଏକଜୁଟ୍ ହୋଇ କଲେ ପ୍ରତିବାଦ । ମୋଦୀ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ । ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି କହିଥିଲେ ମଧ୍ୟ ଏହାକୁ ଶୁଣିନଥିଲେ କଂଗ୍ରେସ ବିଧାୟକ । ଫଳରେ ଗୋଟିଏ ମିନିଟ୍ ଯାଏଁ ମଧ୍ୟ ସ୍ୱାଭାବିକ ଭାବେ ଚାଲି ପାରିନଥିଲା । କଂଗ୍ରେସ ବିଧାୟକଙ୍କ ଲଗାତାର ନାରାବାଜି କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ।