ଏନସିଆରବି ରିପୋର୍ଟ : ଓଡିଶାରେ ବଢୁଛି ଆତ୍ମହତ୍ୟା ମାମଲା; ଯୁବପିଢିଙ୍କ ସଂଖ୍ୟା କାହିଁକି ଅଧିକ ?

149

କନକ ବ୍ୟୁରୋ : ଦିନକୁ ଦିନ ଆମ ସମାଜରେ ଆତ୍ମହତ୍ୟା ବଢିବାରେ ଲାଗିଛି । ବିଶେଷକରି ଯୁବପିଢି ଏଥିରେ ଶିକାର ହେଉଛନ୍ତି । ନଜ ଘର ଛାଡି କ୍ୟାରିୟର କରିବାକୁ ବାହାରକୁ ଆସିଥିବା ଯୁବକ, ଯୁବତୀମାନେ ପ୍ରେମରେ ପଡୁଛନ୍ତି । ପରେ ସମ୍ପର୍କରେ ତିକ୍ତତାକୁ ନେଇ ପରିବାରକୁ ଭୁଲି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି । ଗତ ୫ ବର୍ଷର ତଥ୍ୟ ଉପରେ ନଜର ପକାଇଲେ ଓଡ଼ିଶାରେ ଆତ୍ମହତ୍ୟା ଘଟଣା ବଢୁଥିବା ରାଜଧାନୀ ଭୁବନେଶ୍ୱରରେ ଏହା ଅଧିକ ଦେଖିବାକୁ ମିଳିଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି ଯୁବପିଢି । ପ୍ରେମରେ ବିଫଳତାରୁ ନେଇ ପାଠପଢା, କାମ ଚାପ, ପରିବାରରେ ଅଶାନ୍ତି ଆଦି କାରଣ ପାଇଁ ଧୈଯ୍ୟହରା ହୋଇ ଏହି ଆତ୍ମହତ୍ୟା କରିବସୁଛନ୍ତି । ଅକ୍ଷୟ ମହାରଣା ଅବା ଜିଜେ ଆଜେକ୍ସଙ୍କ ଆତ୍ମହତ୍ୟାକୁ ଦିନ କେଇଟା ପୁରିନଥିବା ବେଳେ ପୁଣି ଜଣେ ଆଲବମ୍ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି ।

କାହିଁକି ବଢୁଛି ଆତ୍ମହତ୍ୟା ?

– ଆତ୍ମହତ୍ୟାର ପ୍ରମୁଖ କାରଣ ହେଉଛି ପ୍ରେମରେ ବିଫଳତା
– ପାଠପଢା, କାମ ଚାପ, ପରିବାରରେ ଅଶାନ୍ତି ଆଦି କାରଣ ପାଇଁ ମଧ୍ୟ ଆତ୍ମହତ୍ୟା କରୁଛନ୍ତି
– ନିଜର କ୍ରୋଧ, ରାଗ ଓ ଭାବପ୍ରବଣତା ଯୋଗୁ ଆତ୍ମହତ୍ୟା ବଢୁଛି
– କ୍ଷଣିକ ଉତେଜନାର ବଶୀଭୂତ ହୋଇ ଜୀବନ ହାରୁଛନ୍ତି ଲୋକେ
– ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ୭୦ ପ୍ରତିଶତ ଯୁବପିଢି
– ଜାତୀୟ ଅପରାଧ ରିପୋର୍ଟ ବ୍ୟୁରା ତଥ୍ୟ ଅନୁସାରେ ଓଡ଼ିଶାରେ ଆତ୍ମହତ୍ୟା ମାମଲା ବଢୁଛି
– ୨୦୨୦ରେ ରାଜ୍ୟରେ ୫ ହଜାର ୪୮୨ ଜଣ ଆତ୍ମହତ୍ୟା କରିଛନ୍ତି
– ୨୦୨୧ରେ ୫ ହଜାର ୬୪୨ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି
– ୨୦୧୬ରୁ ୨୦୨୧ ମଧ୍ୟରେ ଓଡ଼ିଶାର ମୋଟ ୨୮ ହଜାର ୩୪୯ ଜଣ ଆତ୍ମହତ୍ୟା କରିଛନ୍ତି
– କେବଳ ଭୁବନେଶ୍ୱରରେ ୨୦୧୭ରେ ୨୩୧ ଜଣ ଆତ୍ମହତ୍ୟା କରିଛନ୍ତି
– ୨୦୧୮ରେ ୨୨୪ , ୨୦୧୯ରେ ୨୨୦ , ୨୦୨୦ରେ ୩୧୦, ୨୦୨୧ରେ ୨୮୧ ଜଣ ଆତ୍ମହତ୍ୟା କରିଛନ୍ତି
– ୨୦୨୨ରେ ୪୮ପ୍ରତିଶତ ବୃଦ୍ଧି ପାଇ ୪୧୭ ଜଣ ଆତ୍ମହତ୍ୟା କରିଛନ୍ତି
– ଚଳିତ ବର୍ଷ ଏହି ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି କୁହାଯାଉଛି