ନବ ଦାସ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଆବେଦନ ମାମଲା : ଶୁଣାଣି ପାଇଁ ମନା କଲେ ହାଇକୋର୍ଟ

134

କନକ ବ୍ୟୁରୋ : ନବ ଦାସ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଆବେଦନ ମାମଲା । ଏବେ ମାମଲାର ଶୁଣାଣି ପାଇଁ ହାଇକୋର୍ଟ ମନା କରିଛନ୍ତି । ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ଉତ୍ତର ରଖିଛନ୍ତି । କହିଛନ୍ତି, ଘଟଣାକୁ ମାତ୍ର ୧୧ଦିନ ହୋଇଛି ତେଣୁ ତଦନ୍ତ ପ୍ରକ୍ରିୟା ଚାଲିଛି । ଶୁଣାଣି ଶେଷ ପରେ ମାମଲାର ଆବେଦନକାରୀ କହିଛନ୍ତ. କିଛି ଦିନ ବ୍ୟବଧାନ ପରେ ପୁଣି କୋର୍ଟରେ ଆବେଦନ କରାଯିବ । ନଚେତ୍ ଯଦି ଆବଶ୍ୟକ ପଡେ ସୁପ୍ରିମକୋର୍ଟରେ ଆବେଦନ କରାଯିବ ।

ତେବେ ସିବିଆଇ ତଦନ୍ତ ଆବେଦନ ଭାରତୀୟ ବିକାଶ ପରିଷଦ ପକ୍ଷରୁ କରାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଥିଲେ । ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ଗତ ୬ ତାରିଖରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଜଣେ କର୍ତ୍ତବ୍ୟରତ ପୁଲିସ ଏଏସଆଇ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛି । ତେଣୁ ସେହି ପୁଲିସ ବିଭାଗର କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାୟିତ୍ବ ସିବିଆଇକୁ ଦିଆଯାଉ ବୋଲି ଦର୍ଶାଇ ଏହି ମାମଲା ଦାୟର କରାଯାଇଥିଲା ।