‘୨ ବର୍ଷ ଭିତରେ ସବୁ ହିତାଧିକାରୀଙ୍କୁ ଘର ମିଳିବ’: ରେଢାଖୋଲ ଜନସଭାରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ପ୍ରତିଶ୍ରୁତି ।

64

କନକ ବ୍ୟୁରୋ: ‘ଓଡିଶାରେ କଂଗ୍ରେସ ୫୦ ବର୍ଷ ଶାସନ କଲା, ବିଜେଡି ସରକାର ୨୫ ବର୍ଷ ଶାସନ କଲେ । ଏ ୭୫ ବର୍ଷ ଭିତରେ ଓଡିଶା ଯେତିକି ଉନ୍ନତି କରିବା କଥା କାହା ହୋଇପାରିଲା ନାହିଁ । ଏଯାଏଁ ଏଠିକାର ଦାରିଦ୍ର୍ୟ ଶେଷ ହୋଇଯିବା କଥା, ତାହା ବି ହୋଇପାରିନାହିଁ । ପରିସ୍ଥିତି ସୀମା ଟପିଯାଇଛି । ଓଡିଶା ସଂସ୍କତି ସହ ଜଡିତ କୁଆଡେ ଗାଏବ ହୋଇଯାଇଛି ତାର କିଛି ଟେର ମିଳୁନି । ଏସବୁ କଂଗ୍ରେସ ଓ ବିଜେଡି ଶାସନକାଳରେ ଘଟିଛି । ଓଡିଶାରେ ଅନେକ ବିରଳ ପାଣ୍ଡୁଲିପି ଥିଲା ସେସବୁ କୁୁଆଡେ ହଜିଯାଇଛି । ଏପରିକି ଭଗବାନ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ମଧ୍ୟ ଏଠିକାର ସରକାର କୁଆଡେ ଗାଏବ କରିଦେଇଛନ୍ତି । ଯୋଉଦିନ ଓଡିଶାରେ ବିଜେପି ସରକାର ହେବ ମୁଁ ପ୍ରତିଶ୍ରୁତି ଦେଉଛି’ ।

‘୧୦ବର୍ଷରୁ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଚାଲୁଛି । ଏକଥା ଦାବିର ସହ କୁହାଯାଇପାରେ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ସାରା ବିଶ୍ୱରେ ଭାରତର ମସ୍ତକ ଉଚ୍ଚ ହୋଇଛି । ଆଗରୁ ମୁଁ ଅନେକ ବିଦେଶ ଗସ୍ତ କରିଛି । ସେତେବେଳେ କୌଣସି ଅନ୍ତରାଷ୍ଟ୍ରିୟ ମଞ୍ଚରେ ଛିଡା ହୋଇ କହିଲେ ଏତେଟା ଗୁରୁତ୍ୱ୍ୱ ଦିଆଯାଉଥିଲା । ହେଲେ ଏବେ ଯେତେବେଳେ ମୁଁ ବା କୌଣସି ଭାରତୀୟ ପ୍ରତିନିଧି ଯେତେବେଳେ କୌଣସି ଆନ୍ତର୍ଜାତିିକ ମଞ୍ଚରେ କହୁଛି ସାରା ବିଶ୍ୱ କାନ ଡେରି ଶୁଣୁଛି । ସାରା ବିଶ୍ୱରେ ଆମ ପ୍ରଧାନମନ୍ତ୍ରୀଙ୍କ ଜୟଜୟକାର ହେଉଛି । ସାରା ଦେଶ ମୋଦୀଙ୍କୁ ମହାନ ନେତା ଭାବେ ସମ୍ବୋଧନ କରୁଛି । ଏପରିକି ଏକ ରାଷ୍ଟ୍ରର ରାଷ୍ଟ୍ରପତି ମୋଦୀଙ୍କ ଚରଣ ସ୍ପର୍ଶ କରିଥିଲେ’ ।

‘ଆଜିକା ଦିନରେ ଓଡିଶାର ଅର୍କକ୍ଷେତ୍ର କୋଣାର୍କର ଚର୍ଚ୍ଚାର୍ ସାରା ବିଶ୍ୱରେ ହେଉଛି । ଏହାର ଶ୍ରେୟ ମଧ୍ୟ ମୋଦୀଙ୍କୁ ଯାଉଛି । ଓଡିଶାର ମସ୍ତକ ସାରା ଦୁନିଆରେ ଉଚ୍ଚ ହୋଇଛି, ଏହାର ଶ୍ରେୟ ମଧ୍ୟ ମୋଦୀଙ୍କୁ ଦିଆଯିବା ଉଚିତ । ମୋଦୀଙ୍କ ମହାନତାର ଆଉ ଏକ ଦୃଷ୍ଟାନ୍ତ ହେଉଛି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବେଳେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ଘଟଣା । ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବାବେଳେ ଯେତେବେଳେ ଋଷ ପଟୁ ୟୁକ୍ରେନ ଉପରେ ବିସ୍ଫୋରଣ ହେଲା ସେଠାରେ ରହି ପାଠ ପଢୁଥିବା ପିଲାଙ୍କ ବାପା, ମା’ଙ୍କ ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ । ସମୟ ବିଳମ୍ବ ନକରି ମୋଦୀ ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ କଥା ହେଲେ । ସାଢେ ୪ ଘଣ୍ଟା ଯାଏଁ ଯୁଦ୍ଧ ବନ୍ଦ ହୋଇଗଲା, ଏବଂ ଋଷରୁ ୨୨ ହଜାର ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରାଇଆଣିଲେ ମୋଦୀ । ସାରା ଦେଶରେ ଏହା ହେଉଛି ଭାରତର ମହତ୍ୱ ଓ ଶକ୍ତି’ ।

‘ଭାରତ ଆଜି ଦ୍ରୁତ ଗତିରେ ଆଗକୁ ବଢୁଛି । ପୂର୍ବରୁ କଂଗ୍ରେସ ଯେତେଥର ସରକାର ଗଢିଛି ତା’ ପୂର୍ବରୁ ଲୋକଙ୍କୁୁ ଦେଶରୁ ଦାରିଦ୍ର୍ୟ ହଟାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ହେଲେ ପରେ ଭୁଲିଯାଇଛନ୍ତି । ହେଲେ ଏ କ୍ଷେତ୍ରରେ ମୋଦୀ ଦୃଷ୍ଟାନ୍ତମୂଳକ କାମ କରିଛନ୍ତି । ୧୦ ବର୍ଷ ଭିତରେ ମୋଦୀ ଦେଶର ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉଦ୍ଧାର କରିଛନ୍ତି । । ଏଭଳି ଅନେକ କାମ ଅଛି ଯାରହା ପ୍ରଥମ ଥର ପାଇଁ ମୋଦୀ କରିଛନ୍ତି । କୋଟିି କୋଟି ଗରୀବଙ୍କୁ ଘର ଯୋଗାଇଦେଇଛନ୍ତି, ଲକ୍ଷଲକ୍ଷ ମା’ଙ୍କୁ ଏଲପିଜି ଯୋଗାଇ ସେମାନଙ୍କୁୁ ଚୁଲିର ଧୂଆଁରୁ ମୁକ୍ତି ଦେଇଛନ୍ତି । ଓଡିଶାର ଯେତିକି ମହିଳାଙ୍କୁ ଏଲପିଜି ଗ୍ୟାସ ଯୋଗାଇବାର ଲକ୍ଷ୍ୟ ଥିଲା କେନ୍ଦ୍ରର ସେ ଲକ୍ଷ୍ୟକୁ ପୂରଣ କରିବାକୁ ଦେଲେନି ଓଡିଶାର ବିଜେଡି ସରକାର’ବୋଲି କହିଛନ୍ତି ରାଜନାଥ ସିଂ ।