ସାବାଡ ହେବେ ଆତଙ୍କବାଦୀ, ସରକାରଙ୍କ କଡା ପଦକ୍ଷେପ । ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଲୋକଙ୍କର ଜବତ ହେବ ସମ୍ପତ୍ତି

206

କନକ ବ୍ୟୁରୋ : ଆତଙ୍କବଦ ଏବଂ ନକ୍ସଲବାଦକୁ ନିପାତ କରିବା ପାଇଁ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଏପରିକି ଆତଙ୍କାବାଦୀଙ୍କୁ ସହଯୋଗ କରୁଥିବା ଲୋକଙ୍କ ବିରୋଧରେ କଡା ପଦକ୍ଷେପ ନେବା ପାଇଁ ମଧ୍ୟ କେନ୍ଦ୍ର ସରକାର କଡା ଆଇନ୍ ଆଣିଛନ୍ତି । ଆତଙ୍କବାଦୀରେ ସାମିଲ ହେଉଥିବା ଲୋକ କିମ୍ବା ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଲୋକଙ୍କୁ ତାଙ୍କ ସମ୍ପତ୍ତିରୁ ବେଦଖର କରିବା ପାଇଁ କେନ୍ଦ୍ର ସରକାର ବଡ ନିୟମ ଆଣିଛନ୍ତି ।

ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଆତଙ୍କବାଦୀଙ୍କୁ ସମର୍ଥନ କରିବା ପାଇଁ ଜମ୍ମୁ-କାଶ୍ମୀରରେ ଲୋକ ନିଜର ଜମୀବାଡି ବିକ୍ରି କରିଦେଉଛନ୍ତି । ଜମିବାଡି ବିକ୍ରି କରି ଯେଉଁ ଟଙ୍କା ମିଳୁଛି, ସେଥିରେ ଆତଙ୍କବାଦୀଙ୍କୁ ସହଯୋଗ କରାଯାଉଛି । ଗୃହ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜମ୍ମୁ-କାଶ୍ମୀରରେ ୪ହଜାରରୁ ଅଧିକ ଲୋକ ଜମ୍ମୁ-କାଶ୍ମୀରରୁ ନିଜର ସମସ୍ତ ଜମିବାଡି ବିକ୍ରି କରି ପିଓକେର ବାସିନ୍ଦା ହୋଇଯାଇଛନ୍ତି । ସମ୍ପତ୍ତିକୁ ବିକ୍ରି କରି ଅର୍ଜିତ କରିଥିବା ଧନରେ ଆତଙ୍କବାଦୀଙ୍କୁ ସହାୟତା କରାଯାଉଛି ।

ତେବେ କେନ୍ଦ୍ର ସରକାର ଏହାକୁ ରୋକିବା ପାଇଁ ଏବଂ ଆତଙ୍କବାଦକୁ ସାବାଡ କରିବା ପାଇଁ ଭୁ-ରାଜସ୍ୱ ଅଧିକାରୀଙ୍କୁ ସମସ୍ତ ସମ୍ପତ୍ତିର ରେକର୍ଡ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜମିର ଅସଲି ମାଲିକ ସେହି ସ୍ଥାନରେ ରହୁନଥିଲେ କିମ୍ବା କୌଣସି ଚାଷବାସ କରୁନଥିଲେ ୭ବର୍ଷ ମଧ୍ୟରେ ଜମି ମାଲିକଙ୍କୁ ମୃତ ଘୋଷଣା କରି ଜମିକୁ ସରକାରଙ୍କ ଅଧିନକୁ ନିଆଯିବ ବୋଲି ନୂଆ ଆଇନରେ କୁହାଯାଇଛି ।