ୟୁନିଫର୍ମ ସିଭିଲ୍ କୋଡ ଲାଗୁ ନେଇ ଚାଲିଛି ବିତର୍କ : ଅଧିକାଂଶ ବିରୋଧୀ ଦଳ କରୁଛନ୍ତି ବିରୋଧ

185

କନକ ବ୍ୟୁରୋ : ୟୁନିଫର୍ମ ସିଭିଲ୍ କୋଡ ତଥା ସମାନ ନାଗରିକ ସଂହିତା ବିଲ ଭାରତରେ ଲାଗୁ କରିବା ବିଷୟକୁ ନେଇ ଲଗାତାର ଦେଶବ୍ୟାପୀ ବିତର୍କ ଚାଲିଛି । ଦେଶର ଅଧିକାଂଶ ବିରୋଧୀ ଦଳ ଏହାକୁ ବିରୋଧ କରୁଥିବାବେଳେ ଏଆଇଏମଆଇଏମ ଅଧ୍ୟକ୍ଷ ଅସଉଦ୍ଦିନ ଓବେସି ପ୍ରଧାନମନ୍ତ୍ରୀଙ୍କୁ ଏହି ବିଷୟକୁ ନେଇ ଟାର୍ଗେଟ୍ କରିଛନ୍ତି । ୟୁସିସିକୁ ନେଇ ବିଜେପି ରାଜନୀତି କରୁଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି ।

ସେହିପରି ନୋବେଲ ପୁରଷ୍କାର ବିଜେତା ତଥା ଜଣାଶୁଣା ଅର୍ଥଶାସ୍ତ୍ରୀ ଅମର୍ତ୍ୟ ସେନ୍ କହିଛନ୍ତି ୟୁସିସିକୁ ଲାଗୁ କରିବାର ପ୍ରୟାସ ଏକ ଧୋକ୍କା । ଏଥିରୁ କାହାକୁ ଫାଇଦା ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ଏହି ୟୁସିସି ପ୍ରସ୍ତୁତି ହିନ୍ଦୁରାଷ୍ଟ୍ରର ବିଚାରଧାରା ସହ ଜଡିତ ବୋଲି କହିଛନ୍ତି ଅମର୍ତ୍ୟ ସେନ୍ । ଅନ୍ୟପଟେ ଉତ୍ତରାଖଣ୍ଡରେ ୟୁସିସି ଲାଗୁ କରିବା ପାଇଁ ଆଗଭର ହୋଇଛନ୍ତି ଉତରାଖଣ୍ଡ ସରକାର ।