ସାଂସଦ ହେବାକୁ ଚାହୁଁଥିଲେ ବିରୋଧୀ ଦଳ ନେତା : କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାରରେ କଲେ ଖୁଲାସା, ବିଧାନସଭା ନିର୍ବାଚନ ଲଢ଼ିବାକୁ ମନା କରିଦେଇଥିଲେ ପ୍ରଦୀପ୍ତ ନାୟକ

292

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନରେ ସାଂସଦ ରୂପେ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ ପ୍ରଦୀପ୍ତ ନାୟକ । ହେଲେ ସାଂସଦ ଟିକେଟ ବଦଳରେ ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ କ୍ରମେ ବିରୋଧୀ ଦଳ ନେତାଙ୍କୁ ମିଳିଲା ବିଧାନସଭା ଟିକେଟ । ଆଉ ସେଇଥିପାଇଁ ନିର୍ବାଚନରେ ଟିକେଟ ବଂଟନ ବେଳେ ରାଗି ଯାଇଥିଲେ ମୁଖ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାରରେ ସେହି ସମୟର ଘଟଣାର ଖୁଲାସା କରିଛନ୍ତି ନିଜେ ପ୍ରଦୀପ୍ତ ନାୟକ । ତିନି ଥରର ବିଧାୟକ ଭାବେ ବିଜୟୀ ହୋଇଥିବା ପ୍ରଦୀପ୍ତ ନାୟକ ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବାକୁ ଚାହୁଁଥିଲେ ।

ସାଂସଦ ହେବାକୁ ମନ ବଳାଇଥିଲେ ପ୍ରଦୀପ୍ତ ନାୟକ ! କିନ୍ତୁ ତାଙ୍କୁ ବିଧାନସଭା ଆସନରେ ଲଢ଼ିବାକୁ କୁହାଯାଇଥିଲା । ଆଉ ଏଥିପାଇଁ ରାଜ୍ୟର ଶୀର୍ଷ ନେତ୍ତ୍ୱ ତଥା ଦଳ ଉପରେ ରାଗି ଯାଇଥିଲେ ବିରୋଧୀ ଦଳ ନେତା । ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବାକୁ ରୋକଠୋକ୍ ମନା କରିଦେଇଥିଲେ । କିନ୍ତୁ ପରବର୍ତ୍ତି ମୁହୂର୍ତ୍ତରେ ସେ ନିଜର ଭୁଲ ବୁଝିପାରିଥିଲେ । ଦଳର ନିଷ୍ପତ୍ତି ଶିରୋଧାର୍ଯ୍ୟ ବୋଲି ମାନିନେଇଥିଲେ । ରାଜ୍ୟର ସଭାପତି ଠିକ୍ ନିଷ୍ପତ୍ତି ନେଇଛନ୍ତି ବୋଲି ହୃଦୟଙ୍ଗମ କଲେ । କିଛି ଉତ୍ତମ ଚିନ୍ତା କରିହିଁ ନେତୃସ୍ଥାନୀୟ ନେତାମାନେ ଏପରି ନିଷ୍ପତ୍ତି ନେଇଥିବା କଥା ଜାଣି ଅଭିମାନ ଛାଡ଼ିଥିଲେ । ଆଉ ତା’ପରେ ଏ ଘଟଣା ନେଇ ଧର୍ମେନ୍ଦ୍ରଙ୍କୁ କ୍ଷମା ମାଗିଥିଲେ ।

ବିରୋଧୀ ଦଳ ନେତା ନିଜେ ଏକଥା ସ୍ୱୀକାର କରିଛନ୍ତି । ଭୁଲ ବିଚାରି ମାନଭଙ୍ଗ କରିଥିଲେ ପ୍ରଦୀପ୍ତ । ସେ କହିଛନ୍ତି ନିଜକୁ ବଡ଼ ବୋଲି ମାନିନେଇଥିଲି । ନିର୍ବାଚନ ସମୟରେ ସ୍ୱାଭାବିକ ଢ଼ଙ୍ଗରେ ରାଗ ଆସେ । ଅହଙ୍କାରର ବଶବର୍ତ୍ତୀ ହୋଇ ଏପରି ନିଷ୍ପତି ନେଇଥିଲେ । ହେଲେ କିଛି ସମୟ ପରେ ନିଜର ଭୁଲ ବୁଝି ରାଜ୍ୟର ଶୀର୍ଷ ବିଜେପି ନେତୃତ୍ୱକୁ କଲ୍ କରି ନିଜର ଭୁଲ ସ୍ୱୀକାର କରିଥିଲେ । ଭୁଲ ବୁଝାମଣା ଯୋଗୁଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ ବୋଲି ମଧ୍ୟ ବିରୋଧୀ ଦଳ ନେତା ପ୍ରକାଶ କରିଛନ୍ତି ।