ଜାମ୍ମୁକାଶ୍ମୀରରେ ସୁଞ୍ଜୱାନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ବେଳେ ଜଣେ ଯବାନ ସହିଦ, ୪ଆହତ

95

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ବା ଜିଲ୍ଲା ଗସ୍ତର ଦୁଇଦିନ ପୂର୍ବରୁ ଜାମ୍ମୁରେ ବଡଧରଣ ଆତଙ୍କବାଦୀ ଆକ୍ରମଣ ହୋଇଛି । ମର୍ଣ୍ଣିଂ ସିଫ୍ଟରେ ଯାଉଥିବା ସିଆଇଏସଫର ଏକ ବସ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଭୋର ୪ଟା ୨୫ରେ ହୋଇଥିବା ଏହି ଆକ୍ରମଣ ଫଳରେ ଏଏସଆଇ ଏସପି ପାଟିଲ ସହିଦ ହୋଇଥିବାବେଳେ ଅନ୍ୟ ୯ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ବସରେ ୧୫ ଜଣ ସୁରକ୍ଷା କର୍ମୀ ଥିଲେ ।

ପ୍ରଥମେ ଗ୍ରେନେଡ ମାଡ କରିବା ପରେ ଅନ୍ଧାଧୁନ ଗୁଳି ଚଳାଇଥିଲେ ଆତଙ୍କବାଦୀ । ଅର୍ଦ୍ଧ ସାମରିକ ବାହିନୀର ପାଲଟା ଗୁଳିରେ ୪ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡିଛି । ଏବେ ବି ସେଠାରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି । ଜାମ୍ମୁ ସୁଞ୍ଜୱାନ ଜିଲ୍ଲାର ଚଢା ସେନାକ୍ୟାମ୍ପ ନିକଟରେ ଏହି ଗୁଳି ବିନିମୟ ହୋଇଛି । ସେନା କ୍ୟାମ୍ପ ଉପରେ ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ହାତ ଥିବା ଜଣାପଡିଛି । ସିଆଇଏସଏଫ ସହ ଏସଓଜି ଏବଂ ସିଆରପିଏଫ ମିଳିତ ଅପରେସନ ଚଳାଇଛନ୍ତି ।

ପୂର୍ବରୁ ୨୦୧୮ ଫେବ୍ରୁଆରୀ ୧୦ ତାରିଖରେ ସୁଞ୍ଜୁଆନରେ ଥିବା ସେନା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ ଜେଇଏମ ଆତଙ୍କବାଦୀ । ଏଥିରେ ୬ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବାବେଳେ ସମସ୍ତ ୩ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଯବାନ ।