ଖୁବଶୀଘ୍ର ଦିଲ୍ଲୀରେ ବେରୋଜଗାରଙ୍କୁ ମିଳିବ ଭତ୍ତା । ଚାକିରି ମିଳିବା ଯାଏଁ ବେକାରି ଭତ୍ତା ଦେବେ କେଜ୍ରିୱାଲ ସରକାର

273

କନକ ବ୍ୟୁରୋ : ଖୁବଶୀଘ୍ର ଦିଲ୍ଲୀରେ ମିଳିବ ବେକାରି ଭତ୍ତା । ଦିଲ୍ଲୀରେ ରହୁଥିବା ବେରୋଜଗାରଙ୍କ ପାଇଁ ଖୁସି ଖବର । ଏଣିକି ଦିଲ୍ଲୀର ବେରୋଜଗାରଙ୍କୁ ମିଳିବ ମାସିକ ଭତ୍ତା । ଏନେଇ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିିୱାଲ । ଯେଉଁମାନେ ନିଜର ଗ୍ରାଜୁଏସନ ଶେଷ କରିଛନ୍ତି କିନ୍ତୁ ଚାକିରି ପାଇ ନାହାନ୍ତି ସେମାନଙ୍କୁ ମାସକୁ ମିଳିବ ୫ ହଜାର ଟଙ୍କା । ସେହିପରି ଯେଉଁମାନେ ପିଜି ବା ପୋଷ୍ଟ ଗ୍ରାଜୁଏଟ୍ ସେମାନଙ୍କୁ ୭ ହଜାର ୫ ଶହ ଟଙ୍କା ମାସିଭ ଭତା ଦିଆଯିବ ।

ଦେଶରେ କରୋନା ମହାମାରୀ ପରେ ବେରୋଜଗାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଲକ୍ଷ୍ୟରେ ରଖି କେଜ୍ରିୱାଲ ସରକାର ଦିଲ୍ଲୀର ବେରୋଜଗାରଙ୍କୁ ବେରୋଜଗାର ଭତା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହି ମାସିକ ଭତ୍ତା ସେହି ଯୁବକମାନେ ପାଇପାରିବେ ଯେଉଁମାନେ ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ହୋଇ ଚାକିରି ନପାଇ ବେକାର ହୋଇ ବୁଲୁଛନ୍ତି । ଏହା ସହ ପୂର୍ବରୁ ସେମାନେ ଏମ୍ପପ୍ଲଏମେଣ୍ଟ ଏକ୍ସଚେଞ୍ଜରେ ନିଜର ରେଜିଷ୍ଟ୍ରେସନ କରିଥିବେ ସେହିମାନେ ହିଁ ଏହି ସୁଯୋଗର ଲାଭ ଉଠାଇପାରିବେ । ପ୍ରତ୍ୟେକ ରାଜ୍ୟରେ ‘ଏମ୍ପପ୍ଲଏମେଣ୍ଟ ଏକ୍ସଚେଞ୍ଜ’ ରହିଥାଏ । ଯେଉଁଥିରେ ସେହି ରାଜ୍ୟରେ କେତେ ଜଣ ବେରୋଜଗାର ଅଛନ୍ତି ସେଥିରୁ ସରକାର ଜାଣିପାରନ୍ତି ।

ଏହି ଯୋଜନାର ସୁବିଧା ଉଠାଇବା ପାଇଁ ଯୁବକଙ୍କୁ ଅନଲାଇନ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ଆଧାର କାର୍ଡ଼, ପ୍ୟାନ କାର୍ଡ଼, ନିବାସ ପ୍ରମାଣ ପତ୍ର, ମୋବାଇଲ ନମ୍ବର, କଲେଜ ଆଇଡ଼ି, ଫଟୋ ଆଦି ଜରୁରୀ କାଗଜପତ୍ରର ଆବଶ୍ୟକତା ରହିଛି । ତେବେ ପୂର୍ବରୁ ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ନିର୍ବାଚନ ସମୟରେ କ୍ଷମାତାକୁ ଆସିଲେ ବେକାରି ଭତ୍ତା ଦିଆଯିବ ବୋଲି ଘୋଷଣା କରିଥିଲେ କେଜ୍ରିୱାଲ । ଏହାକୁ ଖୁବଶୀଘ୍ର କାର୍ଯ୍ୟକାରି କରାଯିବ ବୋଲି ସୂଚନା ମିଳିଛି ।