କ୍ୟାବିନେଟ୍ ବୈଠକରେ ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର । ଚାକିରି ନିଯୁକ୍ତିରେ ବୟସ ସୀମାକୁ ବଢାଇଲେ ରାଜ୍ୟ ସରକାର

965

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ତେବେ ଏହି ବୈଠକରେ ମୋଟ ୧୨ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଏହି ପ୍ରସ୍ତାବ ଭିତରେ ସରକାରୀ ଚାକିରି କ୍ଷେତ୍ରରେ ବୟସ ସୀମାକୁ କୋହଳ କରିବା ସହିତ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି ।

ମିଳିଥିବା ସୂଚନା ମୁତାବକ, ସରକାରୀ ଚାକିରି ନିଯୁକ୍ତିରେ ବୟସ ସୀମାକୁ ବଢାଇଛନ୍ତି ରାଜ୍ୟ ସରକାର । ଚାକିରି ପାଇଁ ବୟସ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ବୟସ ସୀମା ୪୩କୁ ବୃଦ୍ଧି କରାଯାଇଛି । ସେହିପରି ମହିଳାଙ୍କ ପାଇଁ ମଧ୍ୟ ବୟସ ସୀମାକୁ ଆଉ ୫ ବର୍ଷ ବୃଦ୍ଧି କରାଯାଇଛି । ଅନ୍ୟପଟେ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ତା ସହିତ ଭୁବନେଶ୍ୱର ଆଇଆଇଟିକୁ ଆଉ ୬୧୮ ଏକର ୬୬ ଡେସିମିଲ୍ ଯାଗା ଯୋଗାଇ ଦେବାକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛି । ଏହାସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି ।